ଖୁବ୍‌ ଶୀଘ୍ର ବିବାହ କରିବେ କାଜଲ ଅଗ୍ରଓ୍ଵାଲ! ଭାବିସ୍ୱାମୀଙ୍କୁ ନେଇ କହିଲେ ଏଭଳି କଥା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏବଂ ବଲିଉଡ୍‌ରେ ମଧ୍ୟ ଫିଲ୍ମ କରି ସାରିଥିବା ଅଭିନେତ୍ରୀ କାଜୋଲ ଅଗ୍ରଓ୍ଵାଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍‌ ଶୀଘ୍ର ସେ ବିବାହ କରି ପାରନ୍ତି ବୋଲି ଖବର ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେଇ କାଜୋଲ ନିଜ ବିବାହ ବିଷୟରେ କହିଛନ୍ତି । କମଲ ହସନଙ୍କ ସହ କରୁଥିବା ଫିଲ୍ମକୁ ନେଇ କାଜୋଲ ଚର୍ଚ୍ଚାରେ ଥିବା ବେଳେ ଏବେ ନିଜ ବିବାହକୁ ନେଇ ସେ ଖୁବ୍‌ ଚର୍ଚ୍ଚିତ ହୋଇଛନ୍ତି । କିନ୍ତୁ ଖୁବ୍‌ ଶୀଘ୍ର ସେ ବିବାହ କରିବେ ବୋଲି କହିଥିଲେ ମଧ୍ୟ କାହାକୁ ଡେଟ୍‌ କରୁଛନ୍ତି କି ନାହିଁ, ସେ ବିଷୟରେ ଜଣାଇ ନାହାନ୍ତି ।

Image result for kajal-aggarwal"
India Today

ବିବାହ କରିବା କଥା କହିବା ପରେ ସେ ନିଜ ଭାବିସ୍ୱାମୀଙ୍କ ମଧ୍ୟରେ କେଉଁ ସବୁ ଗୁଣ ଦେଖିବାକୁ ଚାହାନ୍ତି, ସେ ନେଇ ପଚରାଯାଇଥିଲା । ଯାହାର ଉତ୍ତର ରଖି ମୋ ଭାବିସ୍ୱାମୀ ଆଧ୍ୟାତ୍ମିକ ମନୋଭାବ ସଂପନ୍ନ ହୋଇଥିବା ସହ ମୋ ବିଷୟରେ ଚିନ୍ତା କରୁଥିବା ଦରକାର । ଏହା ସହ ମୋତେ ନେଇ ଯତ୍ନବାନ ହେବା ଦରକାର ବୋଲି କହିଥିଲେ କାଜୋଲ ।

ସମ୍ବନ୍ଧିତ ଖବର