ସେଲ୍‌ଫିର ମାନେ ଜାଣନ୍ତିନି କାଜଲ!

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଓ ତାମିଲ ସୁପରଷ୍ଟାର କମଲ ହାସନଙ୍କ ସହ ଫଟୋ ସେୟାର କରି ଅଡୁଆରେ କାଜୋଲ। କୋଲକାତାରେ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ଅବସରରେ ଅମିତାଭ ଓ କମଲ ହାସନଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ କାଜୋଲ।

ଖାଲି ସେୟାର ନୁହେଁ ଏଥିରେ ସେ ଏକ କ୍ୟାପ୍ସନ୍‌ ଲେଖିଥିଲେ, ଯାହା ହେଲା ‘ସେଲଫି ଟାଇମ୍‌ ଉଇଥ୍‌ ଟୁ ଲିଜେଣ୍ଡ୍‌ସ୍‌, ଖୁଦ୍‌ କୋ ରୋକ୍‌ ନେହିଁ ପାୟି’। କିନ୍ତୁ ଏହି ଫଟୋକୁ ଅନ୍ୟ କେହି ଉଠାଇଥିବାରୁ ଏହା କିପରି ସେଲଫି ବୋଲି ସୋସିଆଲ ମିଡିଆରେ ଟ୍ରୋଲ କରିଛନ୍ତି ଫ୍ୟାନ୍‌ମାନେ। ତେବେ ଏହାର ଜବାବରେ ଟ୍ରୋଲିଂ କରିବା ଠିକ୍‌ ନୁହେଁ ବୋଲି କମଲ ହାସନ ଟୁଇଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର