ମୁମ୍ବାଇ: ବଲିଉଡ୍ ତଥା ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ପ୍ରଶଂସକମାନଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି। ଖୁବ୍ ଶୀଘ୍ର ସେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ନିଜେ ଟ୍ବିଟ୍ କରି ଜଣାଇଛନ୍ତି। କାଜଲଙ୍କ ପରିବାରଲୋକେ ତାଙ୍କ ପାଇଁ ଅନେକ ଦିନରୁ ପୁଅ ଖୋଜୁଥିଲେ, ଏବେ ତାହା ଶେଷ ହୋଇଛି। ଯୁବ ଉଦ୍ୟୋଗୀ ଗୌତମ କିଚଲୁଙ୍କୁ ସେ ଆସନ୍ତା ୩୦ ତାରିଖରେ ମୁମ୍ବାଇରେ ବିବାହ କରିବେ ବୋଲି ଜଣାଯାଇଛି। ତେବେ କରୋନା ମହାମାରୀ ପାଇଁ ତାଙ୍କ ବିବାହ ଅଳ୍ପ କିଛି ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ହେବ ବୋଲି ସେ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। କାଜଲ ଲେଖିଛନ୍ତି, କରୋନା ମହାମାରୀ ଆମଠାରୁ ସବୁ ଖୁସି ଛଡ଼ାଇ ନେଇଛି। ନିଜ ଲୋକ ବି ଏବେ ଖୁସି ସମୟରେ ଉପସ୍ଥିତ ରହିପାରୁନାହାନ୍ତି। କିନ୍ତୁ ମୁଁ ଏଠାରେ ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି।
ଅକ୍ଟୋବର ୩୦ରେ କାଜଲଙ୍କ ବିବାହ
/sambad/media/post_attachments/wp-content/uploads/2020/10/kajal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)