କାଜଲ୍‌ଙ୍କ ସହ କାମ ନକରିବାକୁ ଅମିରଙ୍କୁ ଶାହରୁଖ୍‌ କହିଥିଲେ

ଶାହରୁଖ ଓ କାଜଲଙ୍କ ରୋମାଣ୍ଟିକ୍‌ ଅଭିନୟ ସର୍ବଦା ସ୍ମରଣୀୟ ହୋଇ ରହିଛି ଓ ରହିବ ମଧ୍ୟ। ମାତ୍ର ଯେ‌ବେ ଦୁହେଁ ପ୍ରଥମେ ଭେଟ ହେଇଥିଲେ, ଦୁଇଜଣଙ୍କ ମଧ୍ୟରେ ଏକ ଭୁଲ ବୁଝାମଣା ଦେଖିବାକୁ ମିଳିଥିଲା। କାଜଲ ନିଜ କାମକୁ ଗୁରୁତ୍ବ ଦେଉନଥିବାରୁ ଏବଂ ସ୍ବଭାବରେ ବହୁତ ଖରାପ ହୋଇଥିବାରୁ ତାଙ୍କ ସହ କାମ ନକରିବାକୁ ଅମିର ଖାନ୍‌ଙ୍କୁ ଚେତାବନୀ ଦେଇଥିଲେ ଶାହରୁଖ୍‌। ଶାହାରୁଖଙ୍କ କହିବା ଅନୁଯାୟୀ, ଯେବେ ମୁଁ କାଜଲଙ୍କ ସହ ବାଜିଗର୍‌ ଚଳଚ୍ଚିତ୍ରରେ କାମ କରୁଥିଲି, ଅମିର୍‌ ମତେ ପଚାରିଥିଲେ, ମୁଁ କାଜଲଙ୍କ ସହ କାମ କରିବାକୁ ଚାହେଁ। ତେଣୁ ତାଙ୍କ ବିଷୟରେ କିଛି କହିପାରିବ? ମୁଁ ଅମିରଙ୍କୁ ମେସେଜ୍‌ କରି ଜଣାଇଥିଲି ଯେ ସେ ବହୁତ ଖରାପ, କାମକୁ ସେ ଜମା ଗୁରୁତ୍ବ ଦିଅନ୍ତି ନାହିଁ। ତୁମେ ତାଙ୍କ ସହ କାମ କରିପାରିବ ନାହିଁ। ତେବେ ପରେ ଅମିରଙ୍କୁ ଜଣାଇଥିଲି ଯେ ସେ ସ୍କ୍ରିନ୍‌ ଉପରେ ଯାଦୁ କରିପାରୁଛନ୍ତି। କାଜଲ୍‌ ମଧ୍ୟ ନିଜ ପ୍ରଥମ ଅଭିଜ୍ଞତାକୁ ବ୍ୟକ୍ତ କରି କହିଥିଲେ, ଯେତେବେଳେ ଶାହରୁଖ ଓ ଅନ୍ୟମାନେ ସୁଟିଂ ସେଟ୍‌କୁ ଆସନ୍ତି, ପୂରା ମାତାଲ ଥାଆନ୍ତି। ମୁଁ କିନ୍ତୁ ତାଙ୍କ ମେକଅପ୍‌ ମ୍ୟାନ୍‌ ସହ ମରାଠିରେ ଗପ ଜମେଇ ଦେଇଥାଏ। ମୁଁ ଗପ ବନ୍ଦ କରୁନଥିବାରୁ ଶେଷ‌ରେ ଶାହରୁଖ ରାଗିଯାଇ କହିଥିଲେ, ପ୍ଲିଜ୍‌ ଚୁପ୍‌ ହେଇଯାଅ। ତେବେ ଏହା ଦୁହିଁଙ୍କୁ ବନ୍ଧୁ କରି ଦେଇଥିଲା।

ସମ୍ବନ୍ଧିତ ଖବର