ଅଜୟଙ୍କୁ ବାହା ହେବା ପାଇଁ ନିଜ ବାପାଙ୍କ ସହ ଲଢ଼େଇ କରିଥିଲେ କାଜୋଲ୍‌

ଅଭିନେତ୍ରୀ କାଜୋଲ ଆଜି ୪୭ତମ ଜନ୍ମଦିନ ପାଳନ କରିଥିବା ବେଳେ ଅଜୟ ଦେବଗନ ଏହାକୁ ଧୁମ୍‌ଧାମରେ ପାଳିଛନ୍ତି। ତେବେ ସବୁଠୁ ‌ସୁନ୍ଦର ଯୋଡ଼ି ଭାବେ ଜଣାଶୁଣା ଅଜୟ-କାଜୋଲଙ୍କ ବିବାହ ଏତେ ସହଜ ହୋଇନଥିଲା।୧୯୯୯ ମସିହାରେ କାଜୋଲ ଅଜୟଙ୍କୁ ବିବାହ କରିଥିଲେ। ସେତେବେଳେ ଅଜୟ-କାଜୋଲ୍‌ ଯୋଡ଼ି ମଧ୍ୟ ଚର୍ଚ୍ଚାରେ ରହିଥିଲା। ୨୫ବର୍ଷ ପୂର୍ବେ ଫିଲ୍ମ ‘ହଲ୍‌ଚଲ୍‌’ ସେଟ୍‌ରେ ଉଭୟ ପରସ୍ପରକୁ ଭେଟିଥିଲେ। ଅଜୟଙ୍କୁ ଭେଟିବା ପୂର୍ବରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କ ବିଷୟରେ କାଜୋଲ୍‌ଙ୍କର ଭଲ ଧାରଣା ନଥିଲା। ମାତ୍ର ଦୁହେଁ ପରସ୍ପରକୁ ଭେଟିବା ପରେ ବନ୍ଧୁ ହୋଇଗଲେ।

କାଜୋଲ୍‌ ଏକଥା ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ ଦୁହେଁ ପରସ୍ପରକୁ ଭେଟିବା ପୂର୍ବରୁ ଅନ୍ୟ ବ୍ୟକ୍ତିଙ୍କୁ ଡେଟ୍‌ କରୁଥିଲେ। ତେବେ କାଜୋଲଙ୍କର ତାଙ୍କ ବୟଫ୍ରେଣ୍ଡ୍‌ ଓ ଅଜୟଙ୍କର ତାଙ୍କ ଗାର୍ଲଫ୍ରେଣ୍ଡ୍‌ ସହ ବ୍ରେକଅପ୍‌ ହୋଇଗଲା। ୪ ବର୍ଷ ଡେଟ୍‌ କରିବା ପରେ ବିବାହ କରିଥିଲେ। ଅଜୟଙ୍କ ମାତା ପିତା ବାହାଘର ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କାଜୋଲଙ୍କ ଏ ନିଷ୍ପତ୍ତି ଶୁଣି ତାଙ୍କ ବାପା ୪ଦିନ କାଜୋଲଙ୍କୁ କଥାବାର୍ତା କରିନଥିଲେ। ତେବେ ଅଜୟଙ୍କୁ ବିବାହ ପାଇଁ କାଜୋଲ୍‌ ନିଜ ବାପାଙ୍କୁ ‌ଶେଷରେ ମନାଇ ଦେଇଥିଲେ।

ସମ୍ବନ୍ଧିତ ଖବର