କ’ଣ କହନ୍ତି କାଜୋଲ ତାଙ୍କ ପ୍ରିୟ ସିନେମା ବିଷୟରେ

ବଲିଉଡ୍‌ର ସୁପର ଟ୍ୟାଲେଣ୍ଟେଡ୍‌ ଆକ୍ଟ୍ରେସ୍‌ କାଜୋଲ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଯେଉଁଥିରେ ନିଜର ଭୂମିକାକୁ ନେଇ ସେ ଗର୍ବିତ,ସେ ସଂପର୍କରେ ଯାହା କହନ୍ତି –
କଭି ଖୁସ୍‌ କଭି ଗମ୍‌: ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର୍‌ଙ୍କ କଭି ଖୁସି କଭି ଗମ୍‌ ରେ ମୁଁ ଯେଉଁ ଧରଣର ଭୂମିକା କରିଥିଲି, ମୋତେ ପୂର୍ବରୁ ମିଳି ନଥିଲା କି ପରେ ମଧ୍ୟ ମିଳି ନାହିଁ । ଏହି ଫିଲ୍ମରେ କମିକ୍‌ ସିନ୍‌ ଗୁଡ଼ିକ ଲାଗି ଖୁବ୍‌ କଷ୍ଟ କରିବାକୁ ପଡିଥିଲା । ଆଉ ଏହି ସିନେମା ପାଇଁ ମଧ୍ୟ ମୋତେ ଫିଲ୍ମ ଆଓ୍ଵାର୍ଡ ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା ।
ଦିଲ୍‌ଓ୍ଵାଲେ ଦୁଲହନିଆ ଲେଜାଏଙ୍ଗେ : ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଏହା ପ୍ରଥମ ସିନେମା, ଆଉ ଏହି ଫିଲ୍ମ ବି ମୋତେ ସତରେ ଷ୍ଟାର୍‌ କରିଥିଲା ବୋଲି ମୋର ମତ ।ଶାହାରୁଖ୍‌ ଓ କାଜୋଲ୍‌ ଯୋଡିର ଏହା ଏକ ଟ୍ରେଣ୍ଡ ସେଟର୍‌ ଫିଲ୍ମ । ଏଥିରେ କରିଥିବା ସିମ୍ରନ ଭୂମିକାଟି ମୋରପ୍ରିୟ । ଏହା ମଧ୍ୟ ବେଷ୍ଟ୍‍ ଆକ୍ଟ୍ରେସ୍‌ ଭାବେ ମୋତେ ଫିଲ୍ମ ଫେଆର୍‌ ଟ୍ରଫି ଆଣିଥିଲା ।
କୁଛ୍‌ କୁଛ୍‌ ହୋତା ହେ: କରଣ ଜୋହର୍‌ ଙ୍କ ଫିଲ୍ମ କୁଛ୍‌ କୁଛ୍‌ ହୋତା ହେ ରେ ମୋର ଗେଟ୍‌ ଅପ୍‌ କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ଏଥିରେ ଉଭୟ ଶାହାରୁଖ୍‌ ଖାନ୍‌ ଓ ସଲମାନ୍‌ ଖାନ୍‌ ଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା । ଏହି ଫିଲ୍ମ ପାଇଁ ମଧ୍ୟ ମୁଁ ବେଷ୍ଟ୍‍ ଆକ୍ଟ୍ରେସ୍‌ ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ ପାଇଥିଲି ।
ଦୁଷ୍ମନ୍‌: ମହେଶ ଭଟ୍ଟ ଙ୍କ ଏହି ଫିଲ୍ମରେ ମୋର ରୋଲ୍‌ଟି ମଧ୍ୟ ଖୁବ୍‌ ପ୍ରିୟ । ଏଥିରେ ଖଳନାୟକ ଭୂମିକା କରିଥିବା ଆଶୁତୋଷ୍‌ ରାଣାଙ୍କ କଥା ମନେ ପଡିଲେ ଖୁବ୍‌ ଭୟ ଲାଗେ ।
ଫନା: ଅମୀର ଖାନ୍‌ ଙ୍କ ଅପୋଜିଟ୍‌ରେ ଏହା ମୋର ପ୍ରଥମ ସିନେମା । ଅବଶ୍ୟ ପୂର୍ବରୁ ଅମୀର୍‌, ଅଜୟ, ଦୁହେଁ ଓ ମୁଁ ଏକାଠି କାମ କରିଥିଲୁ ଫିଲ୍ମ ‘ ଇଶ୍କ ’ ରେ । ‘ ଫନା ’ ରେ ମୁଁ ପ୍ରଥମ ଥର ପାଇଁ ଜଣେ ଦୃଷ୍ଟିହୀନା ଯୁବତୀ ଭୂମିକାରେ ଅଭିନୟ କରିଥିଲି, ଯିଏକି ଜଣେ ଆତଙ୍କବାଦୀ କୁ ବିବାହ କରେ । ଘଟଣା ଚକ୍ରରେ କ୍ଲାଇମାକ୍ସରେ ମୋତେ ତାକୁ ମାରିବାକୁ ପଡେ । ସେହି ଦୃଶ୍ୟ ଟି ମୋର ସବୁଠୁଁ ପ୍ରିୟ । ‘ଫନା ’ ପାଇଁ ମୋତେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ପୁରସ୍କାର ମିଳିଥିଲା ।
ମାଇଁ ନେମ୍‌ ଇଜ୍‌ ଖାନ୍‌: କରଣ ଜୋହର୍‌ଙ୍କ ସହିତ ଏହା ମୋର ତୃତୀୟ ଫିଲ୍ମ । ଏଥିରେ ଶାହାରୁଖ୍‌ ଖାନ୍‌ ଥିଲେ ମୋର ହିରୋ । ଏଥିରେ ଅନେକ ଗୁଡିଏ ଇମୋସନାଲ ସିନ୍‌ ଥିଲା ।
ପ୍ୟାର୍‌ ତୋ ହୋନା ହି ଥା : ଅନିସ୍‌ ବଜମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଜୟ ଦେବଗନ୍‌ ଓ ମୋ’ର ରିୟଲ୍‌ କେମିଷ୍ଟ୍ରି ପରଦା କୁ ଆଣିଥିଲା । ଏହି ସିନେମା ସୁପରହିଟ୍‌ ମଧ୍ୟ ହୋଇଥିଲା । ଏହି କାରଣରୁ ‘ ପ୍ୟାର୍‌ ତୋ ହୋନା ହି ଥା ’ ମୋର ଅନ୍ୟତମ ପ୍ରି୍ରୟ ସିନେମା ।

ସମ୍ବନ୍ଧିତ ଖବର