ବଲିଉଡ଼୍‍ ଆକ୍‌ଟ୍ରେସ୍‌ ରାଣୀ ମୁଖାର୍ଜୀଙ୍କ ପିତା ରାମ ମୁଖାର୍ଜୀଙ୍କ ନିଧନ ପରେ,ପୁଣିଥରେ ଏବେ ରାଣୀ ଏବଂ ଅଭିନେତ୍ରୀ ଭଉଣୀ କାଜୋଲ୍‌ଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର୍‌ ସୋର୍‌ରେ ଲାଗିଛି। ଯେଉଁଠାରେ କି ଏଇଆ ପ୍ରଶ୍ନ ଆସୁଛି କି କ’ଣ ରାଣୀ ମୁଖାର୍ଜୀଙ୍କର ଏହି ଦୁଃଖଦ ସମୟରେ ତାଙ୍କର କଜିନ୍‌ ସିଷ୍ଟର୍‌ କାଜୋଲ୍‌ ତାଙ୍କୁ ସାହାରା ଦେବେ ନା ନାହିଁ?

Advertisment

ଖବର ଅନୁଯାୟୀ,ଏହି ଦୁଇ ଭଉଣୀଙ୍କ ସଂପର୍କରେ ଭଲ ସଂପର୍କ ନାହିଁ ।କାଜୋଲ୍‌ଙ୍କ ପିତା ସୋମୁ ମୁଖାର୍ଜୀ ଏବଂ ରାଣୀଙ୍କ ପିତା ରାମ ମୁଖାର୍ଜୀ ଦୁହେଁ ଦୁହିଁଙ୍କର ସଂପର୍କୀୟ ଭାଇ ରହିଥିଲେ ।ଏହା ଅନୁସାରେ କାଜୋଲ୍‌ ଏବଂ ରାଣୀ ମଧ୍ୟ ହିସାବରେ ଦୁହେଁ ଦୁହିଁଙ୍କର ସଂପର୍କୀୟ ଭଉଣୀ ଅଟନ୍ତି ,ହେଲେ ପିଲାଟି ଦିନରୁ ଏହି ଦୁଇ ଅଭିନେତ୍ରୀଙ୍କ ସଂପର୍କ ଆଦୌ ଭଲ ନାହିଁ। ତେବେ ସମୟେ ସମୟେ ମଧ୍ୟ ଏମିତି ବି ସବୁ ଘଟଣା ଘଟିଛି,ଯେଉଁଥିରେ କି ଏମାନଙ୍କ ସଂପର୍କ ସୁୁଧୁରିବା ପାଇଁ ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବା ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହୋଇଯାଇଛି। ଏବେ ଆପଣଙ୍କ ମନରେ ଏଇଆ ହିଁ ପ୍ରଶ୍ନ ଆସୁଥିବ ଯେ କେଉଁ କାରଣରୁ ଦୁଇ ଭଉଣୀଙ୍କ ଭିତରେ ସଂପର୍କ ଖରାପ ହୋଇଥିଲା?

ମିଳିଥିବା ଖବର ଅନୁସାରେ,ବଲିଉଡ଼୍‍ର ଏହି ସେଲିବ୍ରିଟି କଜିନ୍‌ ଭଉଣୀ କାଜୋଲ୍‌-ରାଣୀଙ୍କ ସଂପର୍କ ସେତିକି ବେଳେ ଖରାପ ହୋଇଥିଲ, ଯେତେବେଳେ କି ବର୍ଷ ୨୦୧୨ରେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ପତି ଆଦିତ୍ୟ ଚୋପ୍‌ଡ଼ାଙ୍କ ଫିଲ୍ମ‘ଜବ୍‌ ତକ୍‌ ହେ ଜାନ୍‌’ଏବଂ କାଜୋଲ୍‌ଙ୍କ ସ୍ୱାମୀ ଅଜୟ ଦେବଗନ୍‌ଙ୍କ ଫିଲ୍ମ‘ସନ୍‌ ଅଫ୍‌ ସର୍‌ଦାର୍‌’ରିଲିଜ୍‌ ହୋଇଥିଲା। ଆଉ ଏହି ରିଲିଜ୍‌ ହେବାର ଡ଼େଟ୍‌କୁ ନେଇ କାଜୋଲ୍‌ ଏବଂ ରାଣୀଙ୍କ ସଂପର୍କ ଖରାପ ହୋଇଥିଲା। ହେଲେ ପରେ ଅଭିନେତା ଶାହରୁଖ୍‌ଙ୍କ ସହିତ କାଜୋଲ୍‌ଙ୍କର ସଂପର୍କରେ ସୁଧାର ଆସିଥିଲେ ବି ରାଣୀଙ୍କ ସହିତ କାଜୋଲ୍‌ଙ୍କ ସଂପର୍କ ପୂର୍ବପରି ରହିଛି।

publive-image photo-indiatoday

ସୂଚନା ମୁତାବକ୍‌ ଏବର୍ଷ ମାର୍ଚ୍ଚ ମାସରେ ହୋଇଥିବା ଏକ ଆଓ୍ଵାର୍ଡ଼ ଇଭେଣ୍ଟ୍‌ରେ ଅଜୟ-କାଜୋଲ୍‌ ଏବଂ ରାଣୀ ମୁଖାର୍ଜୀ ଯୋଗ ଦେବାବେଳେ ପରସ୍ପର ସହିତ ଧକ୍କା ହୋଇଥିଲେ।ଏହାପରେ ଏମାନେ ଗୋଟିଏ ଧାଡ଼ିରେ ବସିଥିଲେ ବି ଅଜୟ-କାଜୋଲ୍‌ ସେଠାରେ ଉପସ୍ଥିତ ରହିଥିବା ସମସ୍ତଙ୍କ ସହିତ ମିଶିଥିଲେ ଓ କଥାବାର୍ତ୍ତା କରିଥିଲେ ହେଲେ କାଜୋଲ୍‌ ସେଠାରେ ଉପସ୍ଥିତ ରହିଥିବା ଭଉଣୀ ରାଣୀଙ୍କ ଆଡ଼କୁ ଅନାଇ ବି ନଥିଲେ। ଆଉ ଏହି ଖରାପ ସଂପର୍କର ସମୀକରଣକୁ ବିଭିନ୍ନ ଖବରରେ ଭିନ୍ନ ଭିନ୍ନ ରୂପ ମଧ୍ୟ ଦିଆଗଲା। ଯାହାକୁକି ନେଇ ବଲିଉଡ଼୍‍ର ନିର୍ମାତା କରଣ ଜୋହରଙ୍କ ସୋ’ ‘କଫି ଓ୍ଵିଥ୍‌ କରଣ’ଙ୍କ ସୋ’ରେ ରାଣୀ କହିଥିଲେ ଯେ,ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଜଣାନାହିଁ ଯେ ଭଉଣୀ କାଜୋଲ୍‌ କେଉଁ କାରଣକୁ ନେଇ ତାଙ୍କୁ ପସନ୍ଦ କରୁନାହାଁନ୍ତି’।ତେବେ ବର୍ଷକ ମଧ୍ୟରେ ଏହି ସେଲିବ୍ରେଟି ଭଉଣୀ ପରସ୍ପର ସହିତ ଥରୁଟିଏ ଦୁର୍ଗା ପୂଜାରେ ହିଁ ଭେଟନ୍ତି ।ଏଥିସହିତ କିଛିଦିନ ପୂର୍ବରୁ ରାଣୀ -କାଜୋଲ୍‌ଙ୍କର ଏକ ଫଟୋ ସେତେବେଳେ ବେଶ୍‌ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ କି ରାଣୀ ମୁଖାର୍ଜୀ ଭଉଣୀ କାଜୋଲ୍‌ଙ୍କୁ ଗୁଲାପ୍‌ ଜାମନ ପରଷୁଥିବାର ଦେଖାଯାଇଥିଲା।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁ କି ଅଭିନେତ୍ରୀ କାଜୋଲ୍‌ ଏବଂ ରାଣୀ କରଣ ଜୋହରଙ୍କ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ରେ ସାଂଗ ହୋଇଏକାଠି କାମ କରିଛନ୍ତି।ତେବେ ଏବେ ତ କେବଳ ଏଇଆ ଦେଖିବାକୁ ବାକି ରହିଲା ଯେ, କାଜୋଲ୍‌ କଅଣ ଭଉଣୀ ରାଣୀର ଏହି ଦୁଃଖଦ ପରିସ୍ଥିତିରେ ତାଙ୍କର ସମସ୍ତ ରାଗକୁ ପଛରେ ପକାଇ ତାଙ୍କର ସାଥ୍‌ ଦେବେ ନା ନାହିଁ ?