ଅଜୟଙ୍କ କଲ୍‌କୁ ରଙ୍ଗ୍‌ ନମ୍ବର କହି କାଟିବା ସହ ନିଜ ପରିଚୟ ଶ୍ରୀଦେବୀ ବୋଲି ଦେଇଥିଲେ କାଜଲ୍‌ 

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କାଜଲ୍‌ ଦେବଗନ୍‌ ନିକଟରେ ନେହା ଧୁପିଆଙ୍କ ଚାଟ୍‌ ସୋ’ରେ ନଜର ଆସିଥିଲେ। ଏହି ସୋ’ରେ ନେହା ଲୋକମାନଙ୍କର ଫୋନ୍‌କୁ କିପରି କାଟନ୍ତି ବୋଲି କାଜଲଙ୍କୁ ଏକ ପ୍ରଶ୍ନ କରିଥିଲେ। କାଜଲ୍‌ ଥରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମଣି ରତମ୍‌ଙ୍କ ଫୋନ୍‌ କାଟି ଦେଇଥିଲେ ବୋଲି ନେହା ପ୍ରସଂଗଟି ଉଠାଇଥିଲେ।  ଏହି ପ୍ରସଂଗରେ ବେଶ୍‌ ମନଛୁଆଁ ଉତ୍ତର ରଖିଛନ୍ତି କାଜଲ୍‌।

କାଜଲ୍‌ କହନ୍ତି କି ସେ ଅନେକ ଥର ଅନେକ ଲୋକଙ୍କ କଲ୍‌ କାଟି ଦେଇଛନ୍ତି। ଏପରିକି ଏହି ସମସ୍ୟା ଥରେ ତାଙ୍କ ସ୍ୱାମୀ ଅଜୟ ଦେବ୍‌ଗନ୍‌ ବି ସାମ୍ନା କରିଥିଲେ। ଅବଶ୍ୟ ସେ ସମୟରେ ସେ ଦୁହିଁଙ୍କର ବିବାହ ହୋଇନଥିଲା କି ସେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ବି ନଥିଲା।

 

ଅଜୟ ତାଙ୍କ ଭଉଣୀ ବାହାଘରକୁ ନିମନ୍ତ୍ରଣ କରିବା ପାଇଁ କାଜଲଙ୍କୁ ସକାଳୁ ସକାଳୁ କଲ୍‌ କରିଥିଲେ। କାଜଲ୍‌ ସେ ସମୟରେ ଅଧା ନିଦରେ ଥିଲେ। ‘ଆପଣ କାଜଲ୍‌ କହୁଛନ୍ତି କି?’ ପ୍ରଶ୍ନ କରିଥିଲେ ଅଜୟ। କାଜଲ୍‌ ‘ରଙ୍ଗ୍‌ ନମ୍ବର’ କହିବା ସହ ନିଜ ପରିଚୟ ଶ୍ରୀଦେବୀ ବୋଲି ଦେଇ କଲ୍‌ କାଟି ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର