ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଯୋଡି ମଧ୍ୟରୁ ଶାହରୁଖ ଖାନ ଏବଂ କାଜୋଲ ଅନ୍ୟତମ। ଦୁହେଁ, ଏକାଠି ଅନେକ ଚଳଚ୍ଚିତ୍ର କରିଛନ୍ତି, ଯାହା ବକ୍ସ ଅଫିସରେ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଶେଷ ଥର ପାଇଁ ଫିଲ୍ମ 'ଦିଲୱାଲେ'ରେ ଶାହାରୁଖ ଓ କାଜୋଲଙ୍କୁ ଦେଖିବାକୁ ମିଳିଥିଲା। ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ରର ଏକ ଗୀତର ସୁଟିଂ ସମୟରେ କାଜୋଲ ଶାହରୁଖ ଖାନଙ୍କ ଜୀବନ ବଞ୍ଚାଇଥିଲେ।

Advertisment

ବାସ୍ତବରେ ଫିଲ୍ମ 'ଦିଲୱାଲେ'ର' ଗେରୁଆ 'ଗୀତଟି ବହୁତ ଲୋକପ୍ରିୟ ହୋଇଥିଲା । ଏହି ଗୀତର ସୁଟିଂ ସମୟରେ ଶାହାରୁଖ ପର୍ବତରୁ ଖସି ପଡ଼ିଥାଆନ୍ତା । ସୌଭାଗ୍ୟବଶତଃ ସେହି ସମୟରେ କାଜୋଲ ତାଙ୍କ ଜୀବନ ବଞ୍ଚାଇ ଦେଇଥିଲେ।

Did You Know? Kajol Saved Shah Rukh Khan's Life From What Could Have Been A Fatal Fall While Shooting Dilwale's Gerua

ଏହି ଘଟଣା ପରେ ଶାହରୁଖ ଖାନ କାଜୋଲଙ୍କୁ କହିଥିଲେ, 'ତୁମକୁ ବହୁତ ଧନ୍ୟବାଦ। ମୋର ଜୀବନ ବଞ୍ଚାଇ ଥିବାରୁ ମୁଁ ତୁମ ପାଖରେ ଋଣୀ। ମୋର ଏହି ଜୀବନ ତୁମ ନାମରେ।’

ଶାହରୁଖ ଖାନ ଏବଂ କାଜୋଲ ବହୁତ ଭଲ ବନ୍ଧୁ । ଅନେକ ସମୟରେ ଉଭୟଙ୍କ ବନ୍ଧୁତା ସ୍ପଷ୍ଟ ଭାବେ ବାରି ହୋଇପଡେ। ଶାହରୁଖ ଏବଂ କାଜୋଲ 'କଭି ଖୁସୀ କଭି ଗମ', 'ଦିଲୱାଲେ ଦୁଲହନିଆ ଲେ ଜୟେଙ୍ଗେ', 'କୁଛ କୁଛ ହୋତା ହୈ', 'ମାଇ ନେମ ଇଜ ଖାନ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।