କାହଁକି ଏ ପର୍ଯ୍ୟନ୍ତ କାଜୋଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ ଦେଖି ନାହାନ୍ତି ସ୍ୱାମୀ ଅଜୟ ଦେବଗାନ୍‌? ପ୍ରଶ୍ନ କରାଯିବା ପରେ ମିଲିଲା ଏହି ଉତ୍ତର

ମୁମ୍ବାଇ: ହିନ୍ଦି ସିନେମା ଜଗତରେ ସବୁଠାରୁ ରୋମାଣ୍ଟିକ୍‌ ଫିଲ୍ମ ବୋଲି କୁହାଯାଉଥିବା ଦିଲ୍‌ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ ଦର୍ଶକଙ୍କ ମନରେ ଏକ ଅଲଗା ଛାପ ଛାଡ଼ିଥିଲା । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ କି କାଜୋଲଙ୍କ ଏହି ସୁପରହିଟ୍‌ ଫିଲ୍ମକୁ ଏ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ଅଜୟ ଦେବଗନ ଦେଖି ନାହାନ୍ତି; ତେବେ କ’ଣ ଆପଣ ବିଶ୍ୱାସ କରିବେ? ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଏବଂ ମିଛ ଲାଗୁଥିଲେ ମଧ୍ୟ ଏହା ସତ । ନିଜ ଫିଲ୍ମ ହେଲିକପ୍ଟର ଇଲାର ପ୍ରମୋସନ ସମୟରେ କାଜୋଲ ଏହାର ଖୁଲାସା କରିଥିଲେ ।

GlamSham

ତାଙ୍କ କହିବା ଅନୁଯାୟୀ, ଦିଲ୍‌ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ ଏମିତି ଏକ ଫିଲ୍ମ ଯାହାକୁ ଏ ପର୍ଯ୍ୟନ୍ତ ଅଜୟ ଦେଖି ନାହାନ୍ତି । ଏହାର କାରଣ ମଧ୍ୟ ମୁଁ ତାଙ୍କୁ ପଚାରିଛି । କିନ୍ତୁ ସେ ମୋତେ ଠିକ୍‌ ଭାବରେ ଏହାର ଉତ୍ତର କେବେ ଦେଇ ନାହାନ୍ତି । ସବୁବେଳେ ଏହି ଫିଲ୍ମ ନ ଦେଖିବା ପଛରେ ଏକ ବଡ଼ କାରଣ ଅଛି; ଯାହାକୁ ମୁଁ ତୁମକୁ କହି ପାରିବି ନାହିଁ ବୋଲି କହି ଅଜୟ ସେ ବିଷୟକୁ ସେଇଠି ବନ୍ଦ କରି ଦେଇଥାନ୍ତି । ଆପଣମାନେ ଅଜୟଙ୍କୁ ପଚାରନ୍ତୁ । ବୋଧ ହୁଏ ସେ ଏହାର ଉତ୍ତର ଆପଣଙ୍କୁ ଦେବେ ବୋଲି ସାମ୍ବାଦିକମାନଙ୍କୁ କାଜୋଲ କହିଥିବା ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର