ଆମୀର ନିଜକୁ ସାଧାରଣ ଅଭିନେତା କହି ସଲମାନଙ୍କୁ ସୁପରଷ୍ଟାର କହିଥିବା ବେଳେ ଏବେ ସଲମାନଙ୍କୁ ନେଇ ଏଭଳି ମତ ରଖିଲେ କାଜୋଲ

ମୁମ୍ବାଇ: ବଲିଉଡ୍‌ରେ ହେଉଥିବା ବେତନ ଅସମାନତାକୁ ନେଇ ଏବେ ଚର୍ଚ୍ଚା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି ବିଷୟକୁ ନେଇ କିଛି ଦିନ ତଳେ ଆମୀର ନିଜର ମତ ରଖିଥିଲେ । କେଉଁଠି ନା କେଉଁଠି ଏହା ନିର୍ଭର କରେ କି ଆପଣ ନିଜ ଫିଲ୍ମ ମାଧ୍ୟମରେ କେତେ ଅଧିକ ଲୋକ ସିନେମା ହଲ୍‌ ଆଗରେ ଜୁଟାଇ ପାରୁଛନ୍ତି । ସେଥିପାଇଁ ନିଜକୁ ଜଣେ ଅଭିନେତା ଏବଂ ସଲମାନଙ୍କୁ ଜଣେ ସୁପରଷ୍ଟାର ଭାବେ ବୋଲି କହିଥିଲେ।

ଏବେ ବେତନ ଅସମାନତାକୁ ନେଇ ନିଜର ମତ ରଖିଛନ୍ତି ଅଭିନେତ୍ରୀ କାଜୋଲ । କେଉଁଠି ନା କେଉଁଠି ବେତନ ଅସମାନତା ବକ୍ସ ଅଫିସ କଲେକ୍ସନ ଉପରେ ନିର୍ଭର କରିଥାଏ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ କି ଆମ ଇଣ୍ଡଷ୍ଟ୍ରିରେ ବେତନ ଅସମାନତାର ସମସ୍ୟା ରହିଛି । କିନ୍ତୁ ଏହା ବି ସତ କି କୌଣସି ଅଭିନେତ୍ରୀଙ୍କ ଫିଲ୍ମ ସଲମାନଙ୍କ ଫିଲ୍ମ ଭଳି ୫୦୦କୋଟି ବ୍ୟବସାୟ କରି ପାରିବ ନାହିଁ । ଆଜିକାଲିର ଦର୍ଶକ ଫିଲ୍ମର କାହାଣୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ପାଇଁ ‘କାହାନୀ’ ଏବଂ ‘ରାଜୀ’ ଭଳି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇ ପାରିଛି ।

ଏଥିରୁ ପ୍ରମାଣିତ ହେଉଛି କି ଦର୍ଶକଙ୍କ ଫିଲ୍ମକୁ ନେଇ ସ୍ୱାଦ ପରିବର୍ତ୍ତନ ହୋଇଛି । କିନ୍ତୁ ବ୍ୟବସାୟ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ସଲମାନଙ୍କ ଫିଲ୍ମଠାରୁ ଅଧିକ ଆୟ କରି ପାରୁ ନାହିଁ ବୋଲି କାଜୋଲ କହିଛନ୍ତି ।

ସମ୍ବନ୍ଧିତ ଖବର