ମୁମ୍ବାଇ: ସୋସିଆଲ୍‌ ମିଡିଆ ବ୍ୟବହାର କରିବା ଆଜିକାଲି ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି ଯେପରି। ଏଥିରୁ ଦୂରେଇ ରହିବା ଲୋକଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ତାହା ସତ୍ତ୍ବେ ବି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଅଭିନେତା ଅଜୟ ଦେବଗନ୍‌ଙ୍କ ପତ୍ନୀ ଅଭିନେତ୍ରୀ କାଜଲ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ କରିଛନ୍ତି, ‘ଏକ କଠିନ ପରୀକ୍ଷଣର ସମ୍ମୁଖୀନ ହେଉଛି’। ତେବେ କାଜଲଙ୍କ ଇଙ୍ଗିତ ହେଉଛି ସୋସିଆଲ୍‌ ମିଡିଆ ବ୍ୟବହାରକାରକୁ ନେଇ। କାଜଲ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌କୁ ନିଷ୍କ୍ରିୟ କରି କିଛି ଦିନର ବିରତି ନେଇଛନ୍ତି।

Advertisment

ବଲିଉଡ ଅଭିନେତ୍ରୀ କାଜଲ ଶୁକ୍ରବାର ଦିନ ତାଙ୍କର ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି। ହୁଏତ ତାହା ‌ସେ ଆର୍‌କାଇଭ୍‌ ବା ହାଇଡ୍‌ କରି ଦେଇଥାଇପାରନ୍ତି। ଅର୍ଥାତ୍ ସେ ତାଙ୍କ ଫଟୋଗୁଡ଼ିକୁ ଅସ୍ଥ‌ାୟୀ ଭାବରେ ଲୁଚାଇ ଦେଇଛନ୍ତି ଓ କିଛି ଦିନ ପାଇଁ ସୋସିଆଲ୍‌ ମିଡିଆକୁ ବାୟ ବାୟ କହିଛନ୍ତି।

ତାଙ୍କର ଇନ୍‌ଷ୍ଟାରେ କେବଳ ଗୋଟିଏ ପୋଷ୍ଟ ଅଛି, ଯେଉଁଥିରେ ଲେଖା ଅଛି: ‘ମୋ ଜୀବନର ସବୁଠାରୁ କଠିନ ପରୀକ୍ଷଣର ସାମ୍ନା କରୁଛି।’ ସେ କ୍ୟାପସନରେ ସୋସିଆଲ ମିଡିଆରୁ ବିରତି ନେବା ବୋଲି ଉଲ୍ଲେଖ କରିଛନ୍ତି। ସେ କାହିଁକି ବିରତି ନେଉଛନ୍ତି ତାହା ଜଣା ପଡିନାହିଁ, ତଥାପି ପ୍ରଶଂସକମାନେ ଦାବି କରିଛନ୍ତି ଯେ ଏହା ତାଙ୍କର ଆଗାମୀ ପ୍ରୋଜେକ୍ଟ 'ଦି ଗୁଡ୍ ୱାଇଫ୍' ପାଇଁ ଏକ ପ୍ରମୋସନ୍‌ ଯୋଜନା ଅଟେ।

ତେବେ ଅନେକ ପ୍ରଶଂସକ ଅଭିନେତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି। ଜଣେ ଲେଖିଛନ୍ତି, ‘ଆପଣଙ୍କୁ ମୁଁ ବହୁତ ଭଲଯାଏ। ମୋର ଭଲପାଇବା ପଠାଉଛି। ଆପଣ ସମୟ ନିଅନ୍ତୁ। ଆମେ ଆପଣଙ୍କୁ ରହିଛୁ।’ ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣଙ୍କ ଫେରିବାକୁ ଅପେକ୍ଷା ରହିଲା।’ ସେହିପରି ଅନ୍ୟ ଜଣେ ପ୍ରଶଂସକ କାଜଲଙ୍କୁ ନିଜର ପ୍ରେରଣା ବୋଲି ଲେଖିଛନ୍ତି।