ଶ୍ୱଶୁରଙ୍କ ଦେହାନ୍ତ ପରେ ମା’ ତନୁଜାଙ୍କୁ ଭେଟିବା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିଲେ କାଜୋଲ

ମୁମ୍ବାଇ : ସୋମବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଷ୍ଟଣ୍ଟ ମାଷ୍ଟର ତଥା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନ । ବୀରୁଙ୍କ ଦେହାନ୍ତ ପରେ ସାରା ବଲିଉଡ୍‌ ତାଙ୍କୁ ଶେଷ ବିଦାୟ ଦେବା ପାଇଁ ଦେବଗନ ବାସଭବନରେ ପହଞ୍ଚିଥିଲା । ତେବେ ଶ୍ୱଶୁରଙ୍କ ଦେହାନ୍ତର ଦୁଃଖ ସରି ନ ଥିବା ବେଳେ ଏବେ ନିଜ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ଚିନ୍ତିତ ଅଛନ୍ତି ଅଭିନେତ୍ରୀ କାଜୋଲ । ଶାଶୁ ଘରେ ବୋହୂର କର୍ତ୍ତବ୍ୟ ସାରି ସେ ଡ଼ାକ୍ତରଖାନାକୁ ନିଜ ମା’ଙ୍କୁ ଭେଟିବା ପାଇଁ ପହଞ୍ଚିଥିବା ଦେଖାଯାଇଛି ।

DNA India

ମୁମ୍ବାଇର  ଲୀଳାବତୀ ହସ୍ପିଟାଲରେ ଅଭିନେତ୍ରୀ ତନୁଜାଙ୍କ ଚିକିତ୍ସା ଚାଲିଥିବା ବେଳେ କାଜୋଲ ତାଙ୍କୁ ଦେଖା କରିବା ପାଇଁ ପହଞ୍ଚିଥିଲେ । ତେବେ ଅଭିନେତ୍ରୀ ତନୁଜାଙ୍କର କେଉଁ ଶାରୀରିକ ସମସ୍ୟା ପାଇଁ ଚିକିତ୍ସା କରାଯାଉଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ପୂର୍ବ ମାସରେ ମଧ୍ୟ ତନୁଜାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେ ଘରକୁ ଫେରିଥିଲେ । କିନ୍ତୁ ଏବେ ପୁଣି ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି ।

ସମ୍ବନ୍ଧିତ ଖବର