ମୁମ୍ବାଇ: ହିନ୍ଦୀ ସିନେମାର ହାତଗଣତି କିଛି ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ ଅନ୍ୟତମ, ଯିଏକି ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। କାଜୋଲ ଜଣେ ଭଲ ଅଭିନେତ୍ରୀ ହେବା ସହ ସର୍ବଦା ତାଙ୍କ ମତକୁ ଖୋଲାଖୋଲି ଭାବେ ରଖନ୍ତି। ନିକଟରେ ରିଲିଜ୍ ହୋଇଥିବା ୱେବ୍ ସିରିଜ୍ ‘ଦି ଟ୍ରାଏଲ୍’ରେ କାଜୋଲ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି। ଏହି ୱେବ ସିରିଜ୍ ରିଲିଜ୍ ହେବା ପରେ ଏହାକୁ ଲୋକେ ପସନ୍ଦ କରୁଥିବା କିଛି ଲୋକ ଏଥିରେ ଥିବା ଏକ ଚୁମ୍ବନ ଦୃଶ୍ୟକୁ ନେଇ କାଜୋଲଙ୍କୁ ଟ୍ରୋଲ କରୁଛନ୍ତି।
ଦୀର୍ଘ ୨୯ବର୍ଷ ପରେ କାଜୋଲ ଅନସ୍କ୍ରିନ ଚୁମ୍ବନ ଦେଇଛନ୍ତି। ୱେବ୍ ସିରିଜ୍ ‘ଦି ଟ୍ରାଏଲ୍’ରେ ସେ ଅଭିନେତା ଆଲି ଖାନ୍ ଓ ଜିଶୁ ସେନଗୁପ୍ତାଙ୍କୁ ଚୁମ୍ବନ ଦେଇଥିବା ଦେଖାଯାଇଛି। ଏହା ପୂର୍ବରୁ ୧୯୯୨ରେ ସେ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ବେଖୁଦି ଓ ୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ୟେ ଦିଲଲଗିରେ ନିଜ ସହକଳାକାରଙ୍କୁ ଚୁମ୍ବନ ଦେଇଥିଲେ। ହେଲେ ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ ବି କୌଣସି ଫିଲ୍ମରେ ତାଙ୍କର ଚୁମ୍ବନ ଦୃଶ୍ୟ ନଥିଲା। ଏବେ ୨୯ବର୍ଷ ପରେ କାଜୋଲ ଏହି ୱେବସିିରିଜ୍ ପାଇଁ ନିଜ ସହକଳାକାରଙ୍କୁ ଚୁମ୍ବନ ଦେଇଛନ୍ତି।
/sambad/media/post_attachments/53ba159c4ffe34f24303140cf49b7b9a103840398c22d5ed2096099cbe97736f.jpeg)
ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯିବାରୁ କାଜୋଲ ଇନଷ୍ଟା ଷ୍ଟୋରୀରେ କିଛି ଏଭଳି ଲେଖିଛନ୍ତି, ଯାହା ଟ୍ରୋଲର୍ସଙ୍କୁ ତାଙ୍କର ଜବାବ ବୋଲି ଚର୍ଚ୍ଚା ହେଉଛି। ଇନଷ୍ଟା ଷ୍ଟୋରୀରେ ସେ ଲେଖିଛନ୍ତି, ଇଣ୍ଟରନେଟରେ ଲୋକଙ୍କୁ ମୁଥ ମାରିବା ଦକ୍ଷତା ଦେଖାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/ସ_files-215.jpg)