ବଲିଉଡ୍ ଅଭିନେତ୍ରୀ କାଜୋଲ୍ଙ୍କ ନୂଆ ସିନେମା ‘ମା’ ସଂପ୍ରତି ରିଲିଜ୍ ହୋଇଛି। ତେବେ ଏହି ଫିଲ୍ମର ସୁଟିଂ ସମୟର ଏକ ଅନୁଭୂତି ବଖାଣି ବିବାଦରେ ଫସି ଯାଇଛନ୍ତି କାଜୋଲ୍। ଘଟଣାଟି ଏମିତି- ବିଶାଲ୍ ଫୁରିଆଙ୍କ ନିର୍ଦ୍ଦେଶିତ ‘ମା’ର ସୁଟିଂ ପାଇଁ ସେ ବେଶ୍ କିଛି ଦିନ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଅବସ୍ଥାନ କରିଥିଲେ। ସୁଟିଂ ସମୟର ଅନୁଭୂତି କିପରି ଥିଲା ବୋଲି ତାଙ୍କୁ ଯେତେବେଳେ ପଚରାଗଲା, ସେ କହୁ କହୁ କହିଦେଲେ କି, ସେଠି ତାଙ୍କୁ ବହୁତ ଡର ଲାଗୁଥିଲା ଓ ରାତିରେ ନିଦ ହେଉ ନଥିଲା। କେବଳ ସେତିକି ନୁହେଁ, ଏକଥା ବି କହିଦେଲେ ଯେ ରାମୋଜୀ ଫିଲ୍ମ ସିଟି ହେଉଛି ପୃଥିବୀରେ ଭୂତ ଭୟ ଥିବା ସ୍ଥାନ ମଧ୍ୟରୁ ଗୋଟିଏ। ଏହାପରେ ତାଙ୍କ ମନ୍ତବ୍ୟକୁ ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସଦସ୍ୟ ଓ ହାଇଦ୍ରାବାଦବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶକଲେ। କାରଣ ରାମୋଜୀ ଫିଲ୍ମ ସିଟି ଦେଶର ଏକ ପ୍ରସିଦ୍ଧ ଫିଲ୍ମ ନିର୍ମାଣସ୍ଥଳୀ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ। କାଜୋଲ୍ ନିଜ ଭୁଲ୍ ବୁଝିପାରିଲେ। ସେ ଏଭଳି ମନ୍ତବ୍ୟ ଦେବା ଉଚିତ ହୋଇନାହିଁ ବୋଲି ହୃଦୟଙ୍ଗମ କରି ସୋସିଆଲ୍ ମିଡିଆ ‘ଏକ୍ସ’ରେ ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ରାମୋଜୀ ଫିଲ୍ମ ସିଟି ଏକ ଆକର୍ଷଣୀୟ ଓ ସୁରକ୍ଷିତ ସ୍ଥାନ ବୋଲି ବକ୍ତବ୍ୟ ରଖିଛନ୍ତି। ଏଥିସହ ସପରିବାର ବୁଲିଯିବା ପାଇଁ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବୋଲି ଅଭିହିତ କରିଛନ୍ତି।
କାଜୋଲ୍ଙ୍କ ଅଭିନୀତ ‘ମା’ ଏକ ଭୌତିକ କାହାଣୀ ଉପରେ ଆଧାରିତ। ନିଜ ଝିଅ ଉପରେ ଏକ ଦୁଷ୍ଟଶକ୍ତିର କୋପର ମୁକାବିଲା ଲାଗି ଜଣେ ମା’ କିପରି ମାଆ କାଳୀଙ୍କ ରୂପ ଧାରଣ କରିଛି, ତାହା ଏଥିରେ ପ୍ରଦର୍ଶିତ ହୋଇଛି। ଏଥିରେ କାଜୋଲ୍ଙ୍କ ସହ ରୋନିତ୍ ରଏ ଓ ଇନ୍ଦ୍ରନୀଲ୍ ସେନ୍ଗୁପ୍ତା ମୁଖ୍ୟ ଭୂମିକାରେ ଅଛନ୍ତି।
କାଜୋଲ୍ଙ୍କ ଭୂତ ଭୟ
ବଲିଉଡ୍ ଅଭିନେତ୍ରୀ କାଜୋଲ୍ଙ୍କ ନୂଆ ସିନେମା ‘ମା’ ସଂପ୍ରତି ରିଲିଜ୍ ହୋଇଛି। ତେବେ ଏହି ଫିଲ୍ମର ସୁଟିଂ ସମୟର ଏକ ଅନୁଭୂତି ବଖାଣି ବିବାଦରେ ଫସି ଯାଇଛନ୍ତି କାଜୋଲ୍। ଘଟଣାଟି ଏମିତି- ବିଶାଲ୍ ଫୁରିଆଙ୍କ ନିର୍ଦ୍ଦେଶିତ ‘ମା’ର ସୁଟିଂ ପାଇଁ ସେ ବେଶ୍ କିଛି ଦିନ...
/sambad/media/media_files/2025/06/29/mnbvfdsdh-2025-06-29-07-09-25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)