ଗୀତ ମୁଁ ଗାଇଲି, ବାଦଶାହା ଶ୍ରେୟ ନେଇଗଲେ; ଏଭଳି କହିଲେ କାଲା ଚଷମା ଗୀତ ଗାଇଥିବା ଅମର ଅର୍ଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଗୀତ କାଲା ଚଷମାଙ୍କ ଗୀତ ଏବେ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ବାର୍ ବାର୍ ଦେଖୋର ଏହି ଗୀତ ବାଜି ସମସ୍ତଙ୍କ ପାଦ ଉଠିଥାଏ। ପ୍ରତ୍ୟେକ ବିବାହରେ ଏହି ଗୀତ ବାଜୁଥିବାର ଶୁଣିବାକୁ ମିଳୁଥିବା ବେଳେ ଏବେ ଏହି ଗୀତର ରିଲ୍ସ ଭାଇରାଲ ହେଉଛି। ରିଲରେ ଗୀତଟି ଲୋକପ୍ରିୟ ହେବା ପରେ ଏହାକୁ ଗାଇଥିବା ଅମର ଅର୍ଶୀ ବାଦଶାହାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗୀତ ଏତେ ଭାଇରାଲ ହେବା ପରେ ମଧ୍ୟ ସେ ଟଙ୍କା ସମ୍ବନ୍ଧୀୟ ଲାଭ ପାଇନାହାଁନ୍ତି। ଏହା ସହ ବାଦଶାହ ଗୀତର ସମସ୍ତ ଶ୍ରେୟ ନେଇଯାଇଥିବା କହିଛନ୍ତି ଅମର।

ସେ କହିଛନ୍ତି ଯେ, ଗୀତ ରିଲିଜ୍ ପରେ ମୋ ନାଁ କେହି ନେଲେ ନାହିଁ। ସବୁ ଶ୍ରେୟ ବାଦଶାହା ନେଇଗଲେ। ଗୀତଟି ପ୍ରଥମ ଥର ପାଇଁ ରିଲିଜ୍ ହେବା ପରେ, ଇଣ୍ଡଷ୍ଟ୍ରିର ଅନେକ ଲୋକ ମୋତେ ଗୀତର ସଫଳତା ପାଇଁ ଅଭିନନ୍ଦନ ଜଣାଇବା ପାଇଁ କଲ କରିଥିଲେ। କିନ୍ତୁ କିଛି ଦିନ ପରେ ଏହି ଖ୍ୟାତି ମୋଠାରୁ ଚାଲିଯିବା ସହ ବାଦଶାହଙ୍କୁ ସବୁ ଶ୍ରେୟ ମିଳିଲା। ଗୀତଟି ଏତେ ଭାଇରାଲ ହେବା ପରେ ମଧ୍ୟ ତାଙ୍କୁ କୌଣସି ଲାଭ ମିଳିନାହିଁ। ବର୍ତ୍ତମାନ ସେ ଏହି ଗୀତ ପାଇଁ ରୟାଲଟି ଦାବି କରିବେ ଏବଂ ତାଙ୍କ ହକ୍ ର ଶ୍ରେୟ ପାଇବା ଲଢ଼େଇ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର