ମୁମ୍ବାଇ : ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୨୭ରେ ଅର୍ଥାତ ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହାର କ୍ରେଜ୍ ଏବେ ଲୋକଙ୍କ ମଧ୍ୟରେ ଦେଖାଯିବାକୁ ଲାଗିଲାଣି। ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଥିଲେ, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲା ।
ଏବେ ଲୋକଙ୍କ ଉତ୍ସାହ ଫିଲ୍ମକୁ ବ୍ଲକବଷ୍ଟର କରିବ ବୋଲି ଜଣାପଡିଛି | ପ୍ରଥମ ଦିନରେ ହିଁ ଫିଲ୍ମଟି ୧୦୦କୋଟି ଆୟ କରିବ ବୋଲି ସୂଚନା ମିଳିଛି | ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଏକ ବଡ ଅପଡେଟ୍ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ଆଜ୍ଞା ହଁ, ଯଦି ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ପ୍ରଥମ ଦିନ ପାଇଁ ୧ ମିଲିୟନ୍ ଅର୍ଥାତ୍ ୧୦ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି | ଏବେ ରିଲିଜକୁ ଆଉ କିଛି ଘଣ୍ଟା ବାକି ଥିବାରୁ ବୁକିଂ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି | ଟିକେଟ ବୁକିଂକୁ ଦେଖ ଦେଶ ଓ ବିଦେଶର ଆୟକୁ ମିଶାଇ ଫିଲ୍ମଟି ୧୦୦କୋଟି ପାଖାପାଖି ଆୟ କରିବ ବୋଲି ଚର୍ଚ୍ଚା ହେଉଛି |
କୁହାଯାଉଛି ଯେ, ବୁକିଂ ପାଇଁ ଏତେ ଲୋକ ଅନଲାଇନ୍ ଚେଷ୍ଟା କରୁଛନ୍ତି ଯେ, ସାଇଟ୍ ହିଁ କ୍ରାସ ହୋଇଯାଉଛି।