ଛାଡ଼ପତ୍ର ହେବା ପରେ ମୁଁ ଯେଉଁ ପୁରୁଷଙ୍କ ସହ କଥା ହେଉଥିଲି, ମୁଁ ତାକୁ ଡେଟ୍‌ କରୁଛି ବୋଲି ଲୋକେ ଭାବୁଥିଲେ : କଲ୍‌କି କୋଚେଲୀନ୍‌

ମୁମ୍ବାଇ : ଫିଲ୍ମ ‘ଡେବ୍‌ ଡି’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା କଲ୍‌କି ଆଜି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ୨୦୧୧ରେ ତାଙ୍କର ଏହି ଫିଲ୍ମ ରିଲିଜ୍‌ ହୋଇଥିବା ବେଳେ ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଖୁବ୍‌ ପ୍ରଂଶସା କରାଯାଇଥିଲା । ଏହି ଫିଲ୍ମ ତାଙ୍କୁ ପରିଚୟ ଦେଇଥିବା ବେଳେ ଜୀବନସାଥୀ ମଧ୍ୟ ଦେଇଥିଲା । ଫିଲ୍ମର ସେଟ୍‌ରେ ସେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଭେଟିଥିବା ବେଳେ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏମିତି କି ୨୦୧୧ ମସିହାରେ ହିଁ ଦୁହେଁ ବିବାହ କରି ନେଇଥିଲେ । କିନ୍ତୁ ଦୁହିଁଙ୍କ ବିବାହ ଖୁବ୍‌ କମ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । କଲ୍‌କି ଚେଷ୍ଟା କରି ମଧ୍ୟ ନିଜ ବୈବାହିକ ଜୀବନକୁ ବଞ୍ଚାଇ ପାରି ନ ଥିଲେ । ଅନୁରାଗଙ୍କଠାରୁ ଅଲଗା ହେବା ପରେ ତାଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା, ଯାହା ବିଷୟରେ ସେ ଏକ ସାକ୍ଷାତକାରରେ ଯୋଗ ଦେଇ ଜଣାଇଛନ୍ତି ।

indiatoday.in

ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଁ ମୋ ସ୍ୱାମୀଙ୍କଠାରୁ ଅଲଗା ହୋଇଥିଲି, ସେତେବେଳେ ମୁଁ ଯେଉଁ ପୁରୁଷ ସହ ବାହାରକୁ ଯାଏ, ଲୋକେ ମୁଁ ତାକୁ ଡେଟ୍‌ କରୁଛି ବୋଲି ଭାବି ନିଅନ୍ତି । ମୋ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ମିଥ୍ୟା ଖବରର ପ୍ରଚାର ହେବା ଆରମ୍ଭ ହୋଇ ଯାଇଥାଏ । ଏମିତି କି ମୋ ପଡ଼ୋଶୀମାନେ ମଧ୍ୟ ମୁଁ ଆଗକୁ ମୋ ଜୀବନକୁ ନେଇ କ’ଣ କରିବି ସେ ନେଇ ମୋ ମାତା-ପିତାଙ୍କୁ ପଚାରନ୍ତି । ପ୍ରଥମେ ମୁଁ ଏ ସବୁ କଥାକୁ ନେଇ ଚିନ୍ତା କରୁଥିବା ବେଳେ ଧୀରେ ଧୀରେ ମୁଁ ଏ ସବୁ ବିଷୟରେ ଭାବିବା ବନ୍ଦ କରିବା ସହ ଆଗକୁ ବଢ଼ିବା କଥା ଚିନ୍ତା କରିଥିଲି । ଯାହା ପାଇଁ ମୁଁ ଆଜି ଏଇଠି ପହଞ୍ଚିଛି ବୋଲି କଲ୍‌କି କହିଛନ୍ତି ।

ସମ୍ବନ୍ଧିତ ଖବର