ଲାଜ କ’ଣ ପାଇଁ? ଈର୍ଷା କାହିଁକି କରୁଛ? କେଆର୍‌କେଙ୍କୁ ଘେରିଲେ ଆଶିଷ ବିଦ୍ୟାର୍ଥୀଙ୍କ ପ୍ରଶଂସକ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ବିବାହ କରିବା ପରେ ତାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ସମାଲୋଚନା କରାଯାଉଛି। ତେବେ ଆଶିଷଙ୍କୁ ସମାଲୋଚନା କରିବାର ସୁଯୋଗ ହାତଛଡ଼ା କରିନାହାନ୍ତି ଅଭିନେତା କେଆର୍‌କେ।

ସେ ଆଶିଷଙ୍କୁ ପ୍ରଥମେ ତାଙ୍କ ବିବାହ ପାଇଁ ଶୁଭେଚ୍ଛା ଦେବା ପରେ ପରେ ‘ଟିକେ ତ ଲାଜ କରିଥାନ୍ତ’ ଲେଖି କମେଣ୍ଟ୍‌ କରିଛନ୍ତି। ସେ ଏକ ଟ୍ବିଟ୍‌ କରି ଆଶିଷ ଓ ତାଙ୍କ ପତ୍ନୀଙ୍କୁ ଶୁଭେଚ୍ଛା ଦେବା ସହ ଲାଜ କରିବା ଉଚିତ ବୋଲି ବି ଲେଖିଛନ୍ତି।

ତେବେ କେଆର୍‌କେଙ୍କର ଏହି ପୋଷ୍ଟ୍‌ ‌ଏବେ ଚର୍ଚ୍ଚାର ପରିସରକୁ ଆସିଛି। କେହି କେହି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ‘ତୁମେ କାହିଁକି ଜଳୁଛ?’ ବୋଲି ଲେଖିଥିବା ବେଳେ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଦେଶଦ୍ରୋହୀ ବନାଇବା ବେଳେ ତମକୁ ଲାଜ ଲାଗିଲାନି’।

ତେବେ ଆଶିଷଙ୍କର ଜଣେ ପ୍ରଶଂସକ କେଆର୍‌କେଙ୍କୁ ପଚାରିଛନ୍ତି , ‘କଣ ପାଇଁ ଲାଜ ଲାଗିବ?’ ତେବେ କମେଣ୍ଟ୍‌ରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଆଶିଷ ବିଦ୍ୟାର୍ଥୀଙ୍କୁ ସମର୍ଥନ କରିଛନ୍ତି। ଆଶିଷ ପୂର୍ବରୁ ରଜୋଶୀ ବିଦ୍ୟାର୍ଥୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୨୩ ବର୍ଷର ପୁଅ ମଧ୍ୟ ଅଛି।

ତେବେ ଲାଗୁଛି ତାଙ୍କୁ ଏବେ ୬୦ ବ‌ର୍ଷ ବୟସ ହୋଇ ସାରିଥିବା ବେଳେ ସେ ପୁଣି ଥରେ ବିବାହ କରିବା କଥାକୁ ପସନ୍ଦ କରିନାହାନ୍ତି ତାଙ୍କ ପ୍ରଥମ ପତ୍ନୀ। ତାଙ୍କ ପ୍ରଥମ ପତ୍ନୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି ଦେଖିଲେ ଏପରି ଅନୁଭବ ହେଉଛି।

ସମ୍ବନ୍ଧିତ ଖବର