ପୁଲଓ୍ଵାମା ଆକ୍ରମଣକୁ ନେଇ ମୋଦୀ ଭୋଟ୍‌ ମାଗୁଥିବା ବେଳେ ରାହୁଲ କେବେ ହେଲେ ନିଜ ଜେଜେ ମା’ ଏବଂ ବାପାଙ୍କ ହତ୍ୟାକୁ ନେଇ ଭୋଟ୍‌ ମାଗି ନାହାନ୍ତି : କମଲ ଆର୍‌ ଖାନ୍‌

ମୁମ୍ବାଇ : ଏବେ ଚାରିଆଡ଼େ ନିର୍ବାଚନୀ ମାହୋଲ । ସବୁ ଦଳ ନିଜ ନିଜର ସରକାର ଗଢ଼ିବା ପାଇଁ ପ୍ରଚାର କରିବାରେ ଲାଗି ପଡ଼ିଥିବା ବେଳେ ନିଜ ନିଜର ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ପୁଲଓ୍ଵାମା ଆକ୍ରମଣ ପରେ ମୋଦୀଜୀ ନିଜ ଅଭିଭାଷଣରେ ସେ କଥା ଉଠାଇ ଜନତାଙ୍କୁ ଭୋଟ ମାଗୁଥିବା ନେଇ ବିପକ୍ଷ ଦଳ ଅଭିଯୋଗ କରି ଆସୁଥିବା ବେଳେ ଏବେ ଅଭିନେତା କମଲ ଆର୍‌ ଖାନ୍‌ ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି କାରଣ ପାଇଁ ସେ ମୋଦୀଙ୍କ ଅପେକ୍ଷା ରାହୁଲ ଗାନ୍ଧୀଙ୍କ ଉପରେ ଗର୍ବିତ ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବାପା ଦିବଂଗତ ରାଜୀବ ଗାନ୍ଧୀଙ୍କ ଫଟୋ ଟୁଇଟ୍‌ କରି, ମୁଁ ଗୋଟେ କଥା ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବି । ୩୮ଟି ଗୁଳି ଖାଇ ମୃତ୍ୟୁବରଣ କରିଥିବା ଜେଜେ ମା’ ଏବଂ ମୃତ ବାପାଙ୍କୁ ଦେଖି ମଧ୍ୟ ରାହୁଲ ଗାନ୍ଧୀ ନିଜର ସାହସ କମ କରି ନାହାନ୍ତି । ଏତେ ସବୁ ହେବା ପରେ ମଧ୍ୟ ସେ କେବେ ହେଲେ ନିଜ ଦୁଃଖ କଥା କହି ଜନତାଙ୍କୁ ଭୋଟ୍‌ ମାଗି ନାହାନ୍ତି ବୋଲି ଲେଖିଛନ୍ତି କମଲ ଆର୍‌ ଖାନ୍‌ ।

ସମ୍ବନ୍ଧିତ ଖବର