କମଲ ହାସନ କହ‌ିଲେ ବାଲକୋନି ସରକାରରେ କାମ ଚଳିବନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ ଅବଧି ବଢ଼ାଇବା ନେଇ ଘୋଷଣା କରିବା ପରେ ୧ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ମୁମ୍ବାଇର ବାନ୍ଦ୍ରାରେ ମଙ୍ଗଳବାର ଏକାଠି ହୋଇ ସେମାନଙ୍କୁ ନିଜ ଅଞ୍ଚଳକୁ ଫେରିଯିବାକୁ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏହା ଉପରେ ଅଭିନେତା ତଥା ରାଜନେତା କମଲ ହାସନ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ କେବଳ ବାଲକୋନି ସରକାର ଚଳାଇଲେ ହେବନାହିଁ। ଦିଲ୍ଲୀ ପରେ ମୁମ୍ବାଇରେ ଶ୍ରମିକଙ୍କ ଏହିଭଳି ମେଳି ଦେଖିବାକୁ ମିଳିଲାଣି। ଏହି ପ୍ରବାସୀ ସମସ୍ୟା ସଂପ୍ରତି ଟାଇମ୍‌ ବମ୍‌ ସଦୃଶ ପାଲଟିଛି। ତେଣୁ ଏହା କରୋନାଠାରୁ ଅଧିକ ଭୟଙ୍କର ହେବା ପୂର୍ବରୁ ଏହାକୁ ସମାଧାନ କରିବାକୁ ସେ କହିଛନ୍ତି। ତୃଣମୂଳ ସ୍ତରରେ କ’ଣ ଘଟୁଛି ବାଲକୋନି ସରକାର ତା’ଉପରେ ମଧ୍ୟ ନଜର ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ସଂପ୍ରତି ମୁମ୍ବାଇ ଦେଶରେ କରୋନାର ମୁଖ୍ୟ ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ସେଠାରେ ଏହିଭଳି ଶ୍ରମିକମାନଙ୍କର ମେଳି କରୋନା ସମସ୍ୟାକୁ ଆହୁରି ବଢ଼ାଇ ଦେବା ପୂର୍ବରୁ ଏହାକୁ ରୋକାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର