ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ କମଲ ହାସନଙ୍କ ୧୯୯୭ରେ ରିଲିଜି ହୋଇଥିବା ଛବି ‘ଇଣ୍ଡିଆନ୍’ ସେ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଥିଲା । କମଲ ହାସନ ‘ଇଣ୍ଡିଆନ୍’ର ସିକ୍ୱେଲ ତିଆରି କରିବା ପାଇଁ ଯୋଜନା କରୁଛନ୍ତି, ଏଥିପାଇଁ ପ୍ରଖ୍ୟାତ ନିର୍ଦ୍ଦେଶକ ଶଙ୍କରଙ୍କ ସହ ସେ ହାତ ମିଳାଇଥିବା ଶୁଣିବାକୁ ମିଳିଛି। ଏହି ସିନେମାର ବଜେଟ୍ ୧୮୦ କୋଟି ରହିଛି । ଯାହା ରେକର୍ଡ଼ ସୃଷ୍ଟିକାରୀ ସିନେମା ‘ବାହୁବଲୀ’କୁ ଟକ୍କର ଦେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
କମଲ ହାସନ୍ ‘ଇଣ୍ଡିଆନ୍ ୨’ ସିନେମାକୁ ତାମିଲ ଓ ତେଲୁଗୁ ଭାଷାରେ ତିଆରି କରିବାର ଯୋଜନା ରଖିଛନ୍ତି। ଅନ୍ୟ ଭାଷାରେ ମଧ୍ୟ ସିନେମାକୁ ଡବ୍ କରାଯିବାର ଲକ୍ଷ୍ୟ ରଖାଯାଇଛି। କମଲ ନିଜର ସିନେମା ‘୨.୦’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ରଜନୀକାନ୍ତ ଓ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ‘୨.୦’ ସିନେମା ପରେ ‘ଇଣ୍ଡିଆନ ୨’ର କାମ ଆରମ୍ଭ ହେବ । ‘ଇଣ୍ଡିଆନ ୨’ ଏକ ବଡ଼ ପ୍ରାଜେକ୍ଟ । ଟଲିଉଡର ଖାସ୍ ର୍ନିମାତା ଦିଲ ରାଜୁ ଏହାର ନିର୍ମାତା ଦାୟିତ୍ୱରେ ରହିବେ ।