ଅଭିନୟରୁ ସନ୍ୟାସ ନେବେ ଅଭିନେତା କମଲ ହସନ !ଏହା ହେବ ତାଙ୍କର ଶେଷ ଫିଲ୍ମ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ସାଉଥ୍‌ ଫିଲ୍ମରେ କାମ କରି ଦେଶର ଲୋକମାନଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ଅଭିନେତା କମଲ ହସନ । ଅଭିନୟର ଯାଦୁରେ ସେ ନିଜର ହଜାର ହଜାର ପ୍ରଶଂସକ ବନାଇଥିବା ବେଳେ ଏବେ ତାଙ୍କୁ ଏକ ଖରାପ ଖବର ଦେବାକୁ ଯାଉଛନ୍ତି । ଖୁବ୍‌ ଶୀଘ୍ର ସେ ଅଭିନୟ ଛାଡ଼ିବାକୁ ଯାଉଥିବା ଖବର ମିଳିଛି । ଫିଲ୍ମ ‘ଇଣ୍ଡିଆନ୍‌-୨’ତାଙ୍କର ଶେଷ ଫିଲ୍ମ ହେବ ବୋଲି ସୂଚନା ମିଳିଛି । ତେବେ ତାଙ୍କ ଅଭିନୟ ଛାଡ଼ିବା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଥିବା ସାମ୍ନାକୁ ଆସିଛି ।

tellychakkar.com

ସୂଚନା ମୁତାବକ, କମଲ ହସନ ମକ୍କଲ ନିଧି ମୟମ୍‌ ନାମକ ଏକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହି ଦଳ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବଚନରେ ମଇଦାନକୁ ଓହ୍ଲାଇବ ବୋଲି ଜଣା ପଡ଼ିଛି । ନିର୍ବାଚନରେ ତାଙ୍କ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ପ୍ରସ୍ତୁତି କରିବା ପାଇଁ କମଲ ହସନ କିଛି ଦିନ ପାଇଁ ଅଭିନୟ ଛାଡ଼ିବେ । ‘ଇଣ୍ଡିଆନ୍‌-୨’ର ସୁଟିଂ ପରେ ପରେ ସେ ନିର୍ବାଚନ କାମରେ ଲାଗିଯିବା ସହ ପରଦାଠାରୁ ନିଜକୁ ଦୂରେଇ ରଖିବେ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ଅଭିନୟ ଛାଡ଼ିବା ପରେ ମଧ୍ୟ ସେ ଜଣେ ପ୍ରଯୋଜକ ହିସାବରେ ଫିଲ୍ମ ସହ ଯୋଡ଼ି ହୋଇ ରହିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର