ନିଜର ଅଶ୍ଲୀଳ ଫଟୋ ଭାଇରାଲ ହେବା ପରେ ପ୍ରଥମ ଥର ନିଜ ପ୍ରତିକ୍ରିୟା ରଖିଲେ ଅକ୍ଷରା ହାସନ୍‌, କହିଲେ;ଏମିତି କାମ କିଏ କଲା?

ନୂଆଦିଲ୍ଲୀ : କିଛି ଦିନ ତଳେ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ସାନ ଝିଅ ଅକ୍ଷରା ହସନଙ୍କ କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଫଟୋଟି କିଏ ଏବଂ କ’ଣ ପାଇଁ ଭାଇରାଲ କଲା ତାହା ଏଯାବତ୍‌ ଜଣାପଡ଼ିନାହିଁ। ଏହି ଫଟୋ ପଛରେ କିଛି ସତ୍ୟତା ଅଛି କି ନାହିଁ ସେ ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏ ନେଇ ପ୍ରଥମେ ନିଜ ପ୍ରତିକ୍ରିୟା ରଖି ନ ଥିବା ଅକ୍ଷରା ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

www.in.com

ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସେ ନିଜର ଦୁଃଖ ଜଣାଇଛନ୍ତି । ମୋର କିଛି ବ୍ୟକ୍ତିଗତ ଫଟୋ ଲିକ୍‌ କରାଯାଇଛି । ଏମିତି କିଏ ଏବଂ କ’ଣ ପାଇଁ କଲା ଏ ପର୍ଯ୍ୟନ୍ତ ମୁଁ କିଛି ବି ଜାଣି ପାରି ନାହିଁ । ଏଭଳି ଜିନିଷ ମୋତେ ଅସହାୟ କରିଛି । ମୁଁ ଭିତରେ ଭାଙ୍ଗି ପଡ଼ିଛି ବୋଲି ଲେଖି ଅକ୍ଷରା ପୋଷ୍ଟ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର