ଚଣ୍ଡିଗଡ଼: ସୋସିଆଲ ମିଡିଆ ଇନଫ୍ଲୁଏନସର କମଲ କୌର ଭାବୀ ଓରଫ କଞ୍ଚନ କୁମାରୀଙ୍କ ହତ୍ୟା ମାମଲା ଏବେ ଚର୍ଚ୍ଚାରେ ରହିଛି। କମଲ କୌରଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର ତିନି ମାସ ପୂର୍ବରୁ କରାଯାଇଥିଲା ବୋଲି ଜଣାପଡ଼ିଛି। ଏହି ମାମଲାକୁ ନେଇ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ମିକା ସିଂହ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ମିକା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଷଡ଼ଯନ୍ତ୍ରକାରୀ ଅମ୍ରିତପାଲ ମାହରୋ ଏବଂ ନିମର୍ଜିତଙ୍କ ଉପରେ ବର୍ଷିଥିବା ଦେଖାଯାଉଛି। ମିକା ସିଂହ ଭିଡିଓରେ କହୁଛନ୍ତି ଯେ ସେମାନେ ଜଣେ ମହିଳାଙ୍କୁ ହତ୍ୟା କରି ଏକ ଗର୍ବର କାମ କରିଛନ୍ତି।
ମିକା ସିଂହ ତାଙ୍କ ଭିଡିଓରେ ପଞ୍ଜାବ ସରକାରଙ୍କୁ ହତ୍ୟାକାରୀମାନଙ୍କୁ କଠୋର ଦଣ୍ଡ ଦେବାକୁ ନିବେଦନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଲୋକମାନେ ଏତେ ନିକମା ଅଛନ୍ତି। କିଏ କ'ଣ କରୁଛି, କିଏ ଛୋଟ ପୋଷାକ ପିନ୍ଧୁଛି ତାହା ଦେଖୁଛନ୍ତି।
Singer Mika Singh condemned the killing of Kanchan Kumari (Kamal) by Amritpal Singh Mehron and his associates. He extended support to Harjeet Singh Rasulpur, saying he stands with the truth and is ready to help him in every possible way. @MikaSingh pic.twitter.com/owyzCVjt3T
— Gagandeep Singh (@Gagan4344) June 16, 2025
ଭାଇରାଲ ଭିଡିଓରେ ମିକ ସିଂହ କହୁଛନ୍ତି, 'ଜଣେ ଇନଫ୍ଲୁଏନସର ମହିଳାଙ୍କୁ ହତ୍ୟା କରାଯାଇଛି। ଏହା ଏକ ବଡ଼ କଥା। ଏହା ଆଶ୍ଚର୍ଯ୍ୟଜନକ। ମୋର ନାମ ମିକା ସିଂହ। ମୁଁ ଏକ ଶିଖ୍ ପରିବାରରୁ ଆସିଛି ଏବଂ ମୁଁ ବହୁତ ଗର୍ବିତ ଯେ ଜଣେ ଶିଖ୍ ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି। ବହୁତ ଭଲ। ଏପର୍ଯ୍ୟନ୍ତ ଶିଖମାନଙ୍କୁ ଅନ୍ୟକୁ ସାହାଯ୍ୟ କରୁଥିବା ସମ୍ପ୍ରଦାୟ ଭାବେ ଲୋକେ ଜାଣୁଥିଲେ। ଶିଖମାନେ ପ୍ରଥମେ ଅସହାୟଙ୍କ ସହିତ ଠିଆ ହୋଇଥିଲେ। କିନ୍ତୁ ଏହା ବହୁତ ଭିନ୍ନ। ଅମ୍ରିତପାଲ ସିଂହ ଭାଇ, ଆପଣ ଚର୍ଚ୍ଚିତ ହୋଇଗଲେ। ଆପଣଙ୍କୁ ସାଲ୍ୟୁଟ୍। ଆପଣଙ୍କୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ଅନେକ ଅଭିନନ୍ଦନ। ସମସ୍ତେ କ’ଣ ଏତେ ନିକମା ହୋଇଗଲେଣି। କିଏ ନାଚୁଛି, କିଏ ଛୋଟ ପୋଷାକ ପିନ୍ଧିଛି; ସେମାନଙ୍କୁ ମାରିଦିଅ। ଦୁନିଆରେ ତୁମ ପାଇଁ କ’ଣ ଏହି ଏକମାତ୍ର କାମ ବାକି ଅଛି। ଦୁନିଆରେ ଏତେ ସମସ୍ୟା ଅଛି, ସେଗୁଡ଼ିକୁ ସମାଧାନ କର।"