ଦିଲ୍ଲୀର ଏହି ଯୁବକଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି କାମ୍ୟା

ମୁମ୍ବାଇ : ଛୋଟ ପରଦାର ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍‌ ଜଣାଶୁଣା । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସି ସେ ଅଧିକରୁ ଅଧିକ ଲୋକପ୍ରିୟ ହେବା ସହ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ପରେ ଏବେ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ରହୁଥିବା ବ୍ୟବସାୟୀ ଶଲଭ ଡ଼ାଙ୍ଗଙ୍କୁ କାମ୍ୟା ଡେଟ୍‌ କରୁଛନ୍ତି । ଏହା ସହ ଆସନ୍ତା ବର୍ଷ ଦୁହେଁ ବିବାହ କରିବେ ବୋଲି କହିଛନ୍ତି କାମ୍ୟା ।

Shalabh Dang and Kamya Punjabi
amarujala.com

ବମ୍ବେ ଟାଇମ୍ସକୁ ସାକ୍ଷତକାର ଦେଇ କାମ୍ୟା କହିଛନ୍ତି, ଶଲଭଙ୍କ ସହ ଚଳିତ ବର୍ଷ ଫେବୃଆରୀରେ ମୋର ଦେଖା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ନେଇ ମୋର ଜଣେ ବନ୍ଧୁ ଶଲଭଙ୍କୁ ଭେଟିବାକୁ ମୋତେ କହିଥିଲେ । ଯାହା ପରେ ଆମେ ଦୁହେଁ କଥା ହୋଇଥିଲୁ । କିଛି ଦିନ କଥା ହେବା ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର ପ୍ରଥମ ବିବାହ ଭାଙ୍ଗିବା ପରେ ମୁଁ ବିବାହ କରିବାକୁ ରାଜି ନ ଥିଲି । ବିବାହ ଉପରୁ ମୋର ବିଶ୍ୱାସ ଉଠି ଯାଇଥିବା ବେଳେ ଶଲଭ ମୋତେ ପୁଣି ଥରେ ବିବାହ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲେ। ଆମେ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛୁ ।

ସମ୍ବନ୍ଧିତ ଖବର