ବଲିଉଡ୍ର ବିନ୍ଦାସ୍ ଅଭିନେତ୍ରୀ କଙ୍ଗନା ରଣାଵତ୍ ପୁଣି ଥରେ ସାମାଜିକ ଗଣାମାଧ୍ୟମରେ ଉପହସିତ ହୋଇଛନ୍ତି। ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ଘଟଣାରେ ନିଶା ଓ ନେପୋଟିଜମ୍କୁ ନେଇ ପୂରା ବଲିଉଡ୍କୁ ଟାର୍ଗେଟ୍ କରିଥିବା କଙ୍ଗନା, ଏହା ଏବେ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ନୂଆବର୍ଷ ଅବସରରେ ଭଉଣୀ ରଙ୍ଗୋଲିଙ୍କ ପୁଅ ପୃଥ୍ବୀ ସହ କଙ୍ଗନା ମଉଜ ମସ୍ତି କରୁଥିବା ରଙ୍ଗୋଲି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୃଥ୍ବୀ ଓ ତା’ ସାଙ୍ଗମାନଙ୍କ ସହ କଙ୍ଗନା ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଏହା ସହ କଙ୍ଗନା ପାଖରେ ଥିବା ଟେବୁଲ୍ରେ ଏକ ଗ୍ଲାସ ମଦ ଥିବା ଦେଖାଯାଇଥିଲା। ଯାହାକୁ ନେଇ କଙ୍ଗନାଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଉପହାସ କରିବାକୁ ମଉକା ମିଳିଯାଇଥିଲା। ଆଉ ଏହା ପରେ ଜଣକ ପରେ ଜଣେ କଙ୍ଗନାଙ୍କୁ କେତେ ପେଗ୍ ମଦ ପିଇଛ ବୋଲି ପ୍ରଶ୍ନ କରି କଟାକ୍ଷ କରିଥିଲେ।
ପୁଣି ଉପହସିତ ହେଲେ କଙ୍ଗନା
/sambad/media/post_attachments/wp-content/uploads/2021/01/kangana_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)