ପୁଣି ସଦ୍‌ଗୁରୁଙ୍କ ସପକ୍ଷରେ ବାହାରିଲେ କଙ୍ଗନା

ବିବାଦୀୟ ନାୟିକା କଙ୍ଗନା ରଣାଵତ୍ ପୁଣିଥରେ ସଦ୍‌ଗୁରୁ ଜଗ୍ଗି ବାସୁଦେବଙ୍କୁ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସାମାଜିକ ଗଣମାଧ୍ୟମରେ ସଦ୍‌ଗୁରୁଙ୍କ ସପକ୍ଷରେ ଟ୍ବିଟ୍ କରି ସେ ଲୋକଙ୍କ ଉପରେ ବର୍ଷିଛନ୍ତି। ତେବେ ନିକଟରେ ସଦ୍‌ଗୁରୁଙ୍କର ଭାଇରାଲ୍ ହୋଇଥିବା ଭିଡିଓରେ ଯଶୋଦାଙ୍କୁ ସେ କୃଷ୍ଣଙ୍କର ଲଭର୍ କହୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ସେ ଟ୍ରୋଲ ହୋଇଥିଲେ। ମାତ୍ର କଙ୍ଗନା ସଦ୍‌ଗୁରୁଙ୍କ ପାଇଁ ଓକିଲାତି କରି କହିଥିଲେ, ବାମପନ୍ଥୀମାନେ ସଦ୍‌ଗୁରୁଙ୍କ ଉପରେ ଅସନ୍ତୁଷ୍ଟ ହେବାର କାରଣ ହେଉଛି ସେ ହିନ୍ଦୁ ସଂସ୍କୃତି ଯୋଗ ଓ ରାଷ୍ଟ୍ରବାଦର ପ୍ରଚାରପ୍ରସାର କରୁଛନ୍ତି। ସେହିଭଳି ଦକ୍ଷିଣପନ୍ଥୀମାନେ ତାଙ୍କୁ ହିନ୍ଦୁ ଦେବଦେବୀ ଓ ଧର୍ମଗ୍ରନ୍ଥକୁ ଅସମ୍ମାନ କରୁଥିବା କହୁଛନ୍ତି। ମାତ୍ର କେହି ତାଙ୍କ କାବେରି ନଦୀକୁ ସୁରକ୍ଷା ଦେବା ଅଭିଯାନ ଏବଂ ଗ୍ରାମାଞ୍ଚଳ ଶିଶୁଙ୍କ ଶିକ୍ଷିତ କରିବାକୁ ନେଇ ସମର୍ଥନ କରୁନାହାନ୍ତି। ଯଦି ସମର୍ଥନ କରୁନାହଁ, ତେବେ ମୌନ ରହିବାକୁ ସେ ଟ୍ରୋଲର୍ସଙ୍କୁ କହିଛନ୍ତି। ଅପରପକ୍ଷରେ ସଦ୍‌ଗୁରୁଙ୍କ ଈଶା ଫାଉଣ୍ଡେସନ୍ ଭିଡିଓଟି ୨୦୦୫ ମସିହାର ବୋଲି କହିବା ସହ ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରାଯାଉଥିବା କହିଛି। ଯଶୋଦାଙ୍କୁ କୃଷ୍ଣଙ୍କ ଲଭର୍ ଅର୍ଥାତ୍ ଏଠାରେ କୃଷ୍ଣଙ୍କ ଭକ୍ତ ଭାବେ ଅଭିହିତ କରାଯାଇଥିବା ଫାଉଣ୍ଡେସନ୍ କହିଛି।

ସମ୍ବନ୍ଧିତ ଖବର