ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ସମାଧାନ ହେବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି । ସୁଶାନ୍ତଙ୍କ ପିତା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି, ତେଣୁ ଏହି ମାମଲା ଜଟିଳ ହୋଇପଡିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ବିଷୟରେ ଖୋଲାଖୋଲି ଭାବେ କହିଥିବା ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଏକ ବଡ଼ କଥା କହିଛନ୍ତି। କଙ୍ଗନାଙ୍କ ଟିମ୍ ଟୁଇଟ୍ କରି ସନ୍ଦେହ ପ୍ରକଟ କରିଛନ୍ତି ଯେ ଅନ୍ୟ କେହି ସୁଶାନ୍ତଙ୍କ ଫୋନ୍ ବ୍ୟବହାର କରୁଛନ୍ତି।
କଙ୍ଗନାଙ୍କ ଟିମ ମହେଶ ଭଟ୍ଟଙ୍କୁ ମଧ୍ୟ ଏହି ମାମଲାରେ ଟାଣିଛନ୍ତି । କଙ୍ଗନାଙ୍କ ଟିମ ଲେଖିଛନ୍ତି ଯେ - ବର୍ତ୍ତମାନ ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ହେବା ଉଚିତ୍। ରିୟାଙ୍କ ପାଖରେ ସୁଶାନ୍ତଙ୍କର ସମସ୍ତ ଗ୍ୟାଜେଟ୍(ମୋବାଇଲ ଉପକରଣ) ଅଛି | ମହେଶ ଭଟ୍ଟ ବୋଧେ ରିୟାଙ୍କୁ ଆଲିଆଙ୍କୁ ଫଲୋ କରିବାକୁ କହିଥାଇପାରନ୍ତି |
Need CBI for Sushant, Rhea had all his gadgets, must be an instruction from Mahesh Bhatt to follow Alia, so many of his posts were deleted #JusticeforSushantSingRajput#WhyfearCBIforSushanthttps://t.co/OzWBSzw4uR
— Team Kangana Ranaut (@KanganaTeam) July 29, 2020
ସେହିପରି ସୁଶାନ୍ତଙ୍କ ଅନେକ ପୋଷ୍ଟ ମଧ୍ୟ ଡିଲିଟ୍ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଜଣେ ବ୍ୟକ୍ତି ଟ୍ୱିଟରରେ ସ୍କ୍ରିନସଟ ସେୟାର କରି କହିଥିଲେ ଯେ ସୁଶାନ୍ତ ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କୁ ଅନୁସରଣ କରୁଛନ୍ତି। ଯଦିଓ ଏଥିରେ କିଛି ଭୁଲ୍ ନାହିଁ, କିନ୍ତୁ ସୁଶାନ୍ତ ଯେତେବେଳେ ଆମ ମଧ୍ୟରେ ନାହାଁନ୍ତି ସେତେବେଳେ ଏହି ସବୁ ଘଟିଗଲା | ଯାହାକୁ ନେଇ କଙ୍ଗନାଙ୍କ ଟିମ ବଡ ବୟାନ ଦେଇଛନ୍ତି |