ବି-ଗ୍ରେଡ୍‌ କମେଣ୍ଟକୁ ଅଧିକ ବିସ୍ତାରିତ ଭାବେ ବୁଝାଇଲେ କଙ୍ଗନା

ତାପସୀ ପନ୍ନୁ ଓ ସ୍ବରା ଭାସ୍କରଙ୍କୁ କଙ୍ଗନାଙ୍କ ବି-ଗ୍ରେଡ୍‌ ଅଭିନେତ୍ରୀ କମେଣ୍ଟ୍‌ ପରେ ବିବାଦ ଥମିବାର ନାଁ ନେଉନାହିଁ। ଅନ୍ୟପକ୍ଷେ କଙ୍ଗନା ତାଙ୍କର ଏହି କମେଣ୍ଟରେ ଏବେ ବି ଅଟଳ ରହିଛନ୍ତି। ଆଜି ଏକ ସାକ୍ଷାତକାରରେ କଙ୍ଗନା ତାଙ୍କର ଏହି କମେଣ୍ଟ୍‌କୁ ଅଧିକ ବିସ୍ତାରିତ ରୂପରେ ବୁଝାଇଛନ୍ତି। କଙ୍ଗନା କହିଛନ୍ତି, ସ୍ବରା କୁହନ୍ତି, ସୋନମ୍ କପୁରଙ୍କ ସେ ସବୁଠାରୁ ଭଲ ସାଙ୍ଗ। ସ୍ବରା ବାରମ୍ବାର ଏକଥା କହିଲେ ବି ଲୋକମାନେ ଏକଥା ବୁଝିବେ ନାହିଁ। ତାପସୀ କୁହନ୍ତି, ସମସ୍ତେ ମତେ ଭଲ ପାଆନ୍ତି ଓ ମୁଁ ଇଣ୍ଡଷ୍ଟ୍ରିରେ ସମାନ ସୁଯୋଗ ପାଇଛି। ସେ ଏକଥା ଯେତେ କହିଲେ ବି ଲୋକମାନେ ଆଲିଆ ଭଟ୍ଟ ଓ ଅନନ୍ୟା ପାଣ୍ଡେଙ୍କ ସହ ତାଙ୍କୁ କେବେ ସମାନ ଭାବିବେ ନାହିଁ। ମୁଁ ଏହା ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ଯେ, ସେମାନେ କେତେ ବି ଉଦ୍ୟମ କରନ୍ତୁ ନା କାହିଁକି, ଏଥିରେ କେତେ ବି ଫିଟ୍‌ ହୋଇଯିବାକୁ ଚାହାନ୍ତୁନା କାହିଁକି, ସେମାନଙ୍କ କେବେ ବି ଏଥିରେ ଫିଟ୍‌ ହୋଇପାରିବେ ନାହିଁ।

ଯଦି ତୁମେମାନେ ଏହା ଦେଖିପାରୁନ, ତେବେ ମୁଁ ଦେଖେଇ ଦେଉଛି ଦେଖ, ସେଇ ଚଳଚ୍ଚିତ୍ର ମାଫିଆଙ୍କ ପାଇଁ ତୁମେ ମାନେ ଏବେ ବି ବି-ଗ୍ରେଡ୍‌ ଅଭିନେତ୍ରୀ। ମୁଁ ଏହି ପର୍ଯ୍ୟାୟ ଦେଇ ଗତି କରିଛି ଓ ଜାଣିଛି ସେହି ସମୟରେ କ’ଣ ହୁଏ। ଏଣୁ ତୁମମାନଙ୍କୁ ବୁଝାଇ ଦେବାକୁ ଚାହୁଁଛି। ଯଦି ତୁମେମାନେ ଭାବୁଛ, ତୁମମାନେ ଫିଟ୍‌ ହୋଇଯାଇଛ ଓ ଇନ୍‌ସାଇଡର୍‌ ହୋଇଯାଇଛ ତେବେ ଏହା ତୁମର ଭୁଲ୍‌ ଧାରଣା। ଏବେ ବି ତୁମେମାନେ ଆଉଟ୍‌ସାଇଡର୍‌। ମୁଁ ବି ମୋ କ୍ୟାରିଅର୍‌ ଆରମ୍ଭରୁ ଏହି ବି-ଗ୍ରେଡ୍‌ ଅଭିନେତ୍ରୀର ଟ୍ୟାଗ୍‌ ହଟାଇବାକୁ ବହୁ ଚେଷ୍ଟା କରିଛି। କେଶସଜ୍ଜା ବଦଳାଇଲି, ଓଠକୁ ସର୍ଜରୀ କରାଇଲି, ରାସ୍‌କେଲ୍‌ସ୍‌ ଭଳି ଚଳଚ୍ଚିତ୍ର କଲି, ବିକିନି ପିନ୍ଧିଲି। ମୁଁ ବି ସେତେବେଳେ ଗ୍ରହଣୀୟ ହେବାକୁ ଚାହୁଁଥିଲି, ପୁରସ୍କାର ପାଇବାକୁ ଇଚ୍ଛ‌‌ା କରୁଥିଲି। କିନ୍ତୁ ମୁଁ ସେଇ ବି-ଗ୍ରେଡ୍‌ ହେଇକି ରହିଥିଲି, ମତେ କେହି ବି ଗ୍ରହଣ କରିନଥିଲେ।

ସମ୍ବନ୍ଧିତ ଖବର