‘ଘରେ ପଶିଲେ ଗୁଳି ଖାଇବ, ଯଦି ବଞ୍ଚିଗଲ, ଗୁଳି ମାରିବୁ’ କଙ୍ଗନା ଘର ବାହାରେ ଲଗାଇଲେ ଏଭଳି ବୋର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ କେବଳ ଅଭିନୟ ପାଇଁ ପ୍ରସିଦ୍ଧ ନୁହଁନ୍ତି ବରଂ ନିଜର ଖୁଲମଖୁଲା ବୟାନ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି | ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି କହିଥାନ୍ତି ଓ ଅନ୍ୟକୁ ସମାଲୋଚନା କରିବାକୁ ଡରନ୍ତି ନାହିଁ | ତେବେ ବର୍ତ୍ତମାନ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ତାଙ୍କ ମୁମ୍ବାଇ ଘରର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏକ ବୋର୍ଡ ଦେଖିବାକୁ ମିଳିଛି । ଏହି ବୋର୍ଡରେ ଏମିତି କିଛି ଲେଖା ହୋଇଛି, ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

କଙ୍ଗନା ରାନାୱତ ତାଙ୍କ ଘରର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେଉଁଥିରେ ବିନା ଅନୁମତିରେ ଘରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ପାଇଁ ବୋର୍ଡରେ ସତର୍କ ସୂଚନା ଲେଖାଯାଇଛି | ବୋର୍ଡରେ ଲେଖାଯାଇଛି,ଯେ “ବିନା ଅନୁମତିରେ ଅନୁପ୍ରବେଶ ନିଷେଧ | ଏହାକୁ ଉଲ୍ଲଂଘନ କଲେ ଗୁଳି ଖାଇବ ଏବଂ ଯଦି କେହି ବଞ୍ଚିଯିବେ ତେବେ ସେମାନଙ୍କୁ ପୁଣି ଗୁଳି କରାଯିବ’। ଏହାକୁ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଉଲ୍ଲେଖ ଥାଉ କି କଙ୍ଗନାଙ୍କୁ ଖୁବଶୀଘ୍ର ‘ଚନ୍ଦ୍ରମୁଖୀ ୨’ରେ ଦେଖିବାକୁ ମିଳିବ | ଏହା ହିଟ୍ ତାମିଲ ଫିଲ୍ମ ଚନ୍ଦ୍ରମୁଖୀର ସିକ୍ୱେଲ ହୋଇଥିବାବେଳେ ‘ଏମର୍ଜେନ୍ସି’ରେ ବି ସେ ନଜର ଆସିବେ | ଯାହାକୁ ସେ ନିଜେ ନିର୍ଦ୍ଦେଶନା ଦେଇଛନ୍ତି |

ସମ୍ବନ୍ଧିତ ଖବର