ଜଣେ ଯୁବ କଳାକାର ଆମ୍ବ ଆଚାର ବ୍ୟବହାର କରି ଏକ ସୁନ୍ଦର ଚିତ୍ରକଳା ସୃଷ୍ଟି କରିଛନ୍ତି ଯାହା ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରୁଛି। ଇନ୍‌ଷ୍ଟାଗ୍ରାମ୍‌ରେ ‘ଆର୍ଟିଷ୍ଟ-ସିଣ୍ଟୁ-ମୌର୍ଯ୍ୟ’ ନାମକ ପୃଷ୍ଠାରେ ଛଡ଼ାଯାଇଥିବା ଏକ ଭିଡିଓରେ ଚିତ୍ରଶିଳ୍ପୀ ସିଣ୍ଟୁ ଏକ ସାଦା କାଗଜ ଉପରେ ଆଚାରର ତେଲ ଓ ମସଲାକୁ ଛାଟି ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି। କ୍ରମେ ତାଙ୍କର ଏହି ନିଆରା ସୃଷ୍ଟି ଏକ ନାରୀର ରୂପ ନେଇଛି ଏବଂ ଶେଷରେ ତାହା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚିତ୍ରରେ ପରିଣତ ହୋଇଛି।

Advertisment

ଉକ୍ତ ଭିଡିଓକୁ ପାଖାପାଖି ୨୯ ଲକ୍ଷ ଦର୍ଶକ ଦେଖିସାରିଥିବା ବେଳେ ଲକ୍ଷେ ୩୩ ହଜାର ଦର୍ଶକ ତାହାକୁ ପସନ୍ଦ କରିଛନ୍ତି। ପୂର୍ବରୁ ଦୀପାବଳି ଅବସରରେ ସିଣ୍ଟୁ ଷ୍ଟାମ୍ପିଂ ପ୍ୟାଡ୍‌ କାଳି ବ୍ୟବହାର କରି ମହାପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କର ଯୁଗଳମୂର୍ତ୍ତି ଚିତ୍ର ଆଙ୍କିଥିଲେ। ଉକ୍ତ ଭିଡିଓକୁ ୧୫ ଲକ୍ଷ ଦର୍ଶକ ଦେଖିଥିବା ବେଳେ ଲକ୍ଷେ ୪ ହଜାର ଲୋକ ତାହାକୁ ପସନ୍ଦ କରିଥିଲେ।