କଙ୍ଗନା ନିଜ ଲାଭ ପାଇଁ ଏଭଳି ବିବୃତ୍ତି ଦେଉଛନ୍ତି: ସୁଶାନ୍ତଙ୍କ ପରିବାର ଓକିଲ

ସୁଶାନ୍ତଙ୍କ ମୃତ୍ୟୁ ମାମଲା ପରିଚାଳନା ଭାର ନେଇଥିବା ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ କଙ୍ଗନା ରାଣାୱତଙ୍କ ବାବଦରେ ମତ ରଖିଛନ୍ତି। କଙ୍ଗନାଙ୍କ ଅଭିଯୋଗ ମୁତାବକ ସୁଶାନ୍ତଙ୍କୁ ଫିଲ୍ମ ଦୁନିଆରୁ ବହିଷ୍କୃତ କରାଯାଇଥିଲା। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଏହା ଏକ କାରଣ ବୋଲି ସେ କହି ଆସୁଛନ୍ତି। ତେବେ ଓକିଲ ବିକାଶ ସିଂହ କହିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମତ। ଏହା ସେ ନିଜ ଲାଭ ପାଇଁ କରୁଛନ୍ତି। ସୁଶାନ୍ତଙ୍କ ପରିବାର ଯେଉଁ ଏତଲା ଦେଇଛନ୍ତି, ସେଥିରେ ଏହି ଅଭିଯୋଗର ନେଣଦେଣ ନାହିଁ।

ସମ୍ବନ୍ଧିତ ଖବର