ଅଭିନେତ୍ରୀ କଙ୍ଗନା ରଣାୱତ୍, ତାଙ୍କ ବଡ଼ ଭଉଣୀ ରଙ୍ଗୋଲି ଚାନ୍ଦେଲ ଓ ଭାଇ ଅକ୍ସତ୍ ତିନିହେଁ ଅନ୍ୟନ୍ତ ଘନିଷ୍ଠ। କଙ୍ଗନା ମଧ୍ୟ ସେମାନଙ୍କ ସହ ପ୍ରତିଟି ମୂହୂର୍ତ୍ତ ଉପଭୋଗ କରିବାକୁ ଚାହୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହି ମୂହୂର୍ତ୍ତଗୁଡ଼ିକୁ ସେୟାର କରିବାକୁ ଭୁଲନ୍ତି ନାହିଁ। ଏବେ ନିଜ ଦୁଇ ଭାଇ ଭଉଣୀଙ୍କ ସହ କଙ୍ଗନା କିଛି ଫଟୋ ଟ୍ବିଟର୍ରେ ସେୟାର୍ କରିଛନ୍ତି। ଫଟୋଗୁଡ଼ିକ ନିହାତି ସମସ୍ତଙ୍କ ମୁହଁରେ ଖୁସି ଭରିଦେବ। ଏହି ଫଟୋଗୁଡ଼ିକରେ କଙ୍ଗନାଙ୍କୁ ନିଜ ଭାଇ ଭଉଣୀଙ୍କ ସହ ବରଫରେ ଖେଳୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରିବା ସହ କଙ୍ଗନା ଲେଖିଛନ୍ତି, ମୁଁ ହେଉଛି ଆମ ଘରର ମଝିଆ ସନ୍ତାନ। ମୋ ବଡ଼ ଭଉଣୀ ଓ ମୋ ଭାଇ ମଧ୍ୟରେ ମୁଁ ହେଉଛି ସମ୍ପର୍କର ସୋପାନ। ଆମେ ତିନି ଅଲଗା ବୋଲି ଆମକୁ କେବେ ଅନୁଭବ ହୁଏ ନାହିଁ। ଆମେ ଏକ ଚେତନାର ତିନୋଟି ଅଂଶ ବୋଲି କଙ୍ଗନା ଶିରୋନାମାରେ ଲେଖିଛନ୍ତି।
ଭାଇ ଭଉଣୀଙ୍କ ସହ ସମୟ କାଟୁଛନ୍ତି କଙ୍ଗନା
/sambad/media/post_attachments/wp-content/uploads/2020/09/kangana-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)