ବଲିଉଡ୍ କ୍ବିନ୍ କଙ୍ଗନା ରଣାୱତ ଗଣମାଧ୍ୟମ ଆଗରେ ଦେଇଥିବା ସମସ୍ତ ଥିଓରି ଏବେ ଧୀରେଧୀରେ ଭିତ୍ତିହୀନ ବୋଲି ପ୍ରମାଣିତ ହେବାରେ ଲାଗିଛି। ଏଣୁ କଙ୍ଗନା ନିଜ କଥା ରଖି ‘ପଦ୍ମଶ୍ରୀ’ ଫେରାଇ ଦିଅନ୍ତୁ ବୋଲି ଆଜି ଏକ ଜାତୀୟ ଗଣମାଧମକୁ ସାକ୍ଷାତକାର ଦେଇ କହିଛନ୍ତି ଆଦିତ୍ୟ ପାଞ୍ଚୋଲି। ଏହି ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି, ସୁଶାନ୍ତ ଓ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନ୍ଙ୍କ ମୃତ୍ୟୁ ମାମଲାରେ ବାରମ୍ବାର ତାଙ୍କ ପୁଅ ସୂରଜ ପାଞ୍ଚୋଲିଙ୍କ ନାମ ନିଆଗଲା। କେହି ଜଣେ ଫାଲତୁ ଲୋକ ସାମାଜିକ ଗଣମାଧ୍ୟମରେ ଏକଥା ପୋଷ୍ଟ କଲେ, ପରେ ସମସ୍ତ ବଡ଼ ବଡ଼ ଗଣମାଧ୍ୟମ ଏହାର ପ୍ରଚାରପ୍ରସାରରେ ଲାଗି ପଡ଼ିଲେ। ଏହା ଠିକ୍ ନୁହେଁ। ସମସ୍ତେ ଦାୟିତ୍ବବାନ ହେବା ଆବଶ୍ୟକ। ମୁଁ ସାମାଜିକ ଗଣମାଧ୍ୟମରେ ନାହିଁ। କିନ୍ତୁ ବାରମ୍ବାର ସୂରଜକୁ ଜଣେ ହତ୍ୟାକାରୀ ଭାବେ ଇଙ୍ଗିତ କରିବା ପରେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଉଛି। ଏଥିସହ କଙ୍ଗନାଙ୍କ ବାରମ୍ବାର ବଲିଉଡ୍ ଉପରେ କାଦୁଅଫିଙ୍ଗା ବୟାନକୁ ଆକ୍ଷେପ କରି ଆଦିତ୍ୟ କହିଛନ୍ତି, ଯେଉଁ ଥାଳିରେ ଖାଉଛ, ସେଥିରେ କଣା କରିବା ଠିକ୍ ନୁହେଁ। ବାରମ୍ବାର କଙ୍ଗନାଙ୍କର ସୂରଜଙ୍କୁ ଅପମାନସୂଚକ ବୟାନ ଉପରେ ଆଦିତ୍ୟ କହିଛନ୍ତି, ସେ ମହିଳାଜଣଙ୍କୁ ଆଉ କ’ଣ କହିପାରିବୁ। ତାଙ୍କ ଉପରେ ଆମର ମାନହାନି ମକଦ୍ଦମା ଚାଲିଛି। ଏଣୁ ତାଙ୍କର କିଛି ଅଧିକାର ନାହିଁ ଆମକୁ ଅପମାନ କରିବାର।
କଙ୍ଗନା ନିଜ କଥା ରଖି ପଦ୍ମଶ୍ରୀ ଫେରାଇ ଦିଅନ୍ତୁ: ଆଦିତ୍ୟ ପାଞ୍ଚୋଲି
/sambad/media/post_attachments/wp-content/uploads/2020/08/kanguaa-1597993325.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)