ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ ନିଜ ବିବୃତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବେଳେବେଳେ ଏଥିପାଇଁ ତାଙ୍କୁ ବିବାଦରେ ଛନ୍ଦି ମଧ୍ୟ ହେବାକୁ ପଡ଼େ । ଏହା ସତ୍ତ୍ବେ ବି ସାମାଜିକ କିମ୍ବା ରାଜନୈତିକ ପ୍ରସଙ୍ଗ ଉପରେ କଙ୍ଗନା ଖୋଲାଖୋଲି ଭାବରେ ତାଙ୍କ ମତ ଉପସ୍ଥାପନ କରନ୍ତି । ସବୁବେଳେ ରାଜନୈତିକ ପ୍ରସଙ୍ଗ ଉପରେ ମତ ରଖୁଥିବା କଙ୍ଗନା ଏବେ ନିଜ ବ୍ୟକ୍ତିଗତ ତଥା ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ହିଁ ତାଙ୍କର ବିବାହ ହେବ ବୋଲି କଙ୍ଗନା କହିଛନ୍ତି।

Advertisment

କଙ୍ଗନା ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ କହିଛନ୍ତି ଯେ, “ପ୍ରତ୍ୟେକ ଝିଅ ନିଜ ବିବାହ ପାଇଁ ଏବଂ ପରିବାର ଗଢ଼ିବାକୁ ସ୍ୱପ୍ନ ଦେଖନ୍ତି । ମୁଁ ପରିବାର ସହିତ ରହିବାକୁ ଭଲପାଏ। ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ବିବାହ କରିବାକୁ ଏବଂ ପରିବାର ଗଢ଼ିବାକୁ ଚାହୁଁଛି ଏବଂ ଏହା ଆଗାମୀ ପାଞ୍ଚ ବର୍ଷ ପୂର୍ବରୁ ହେବ । ଯଦି ଏହା ଉଭୟ ପ୍ରସ୍ତାବିତ ଏବଂ ପ୍ରେମ ବିବାହର ମିଶ୍ରଣ ହେବ ତେବେ ବହୁତ ଭଲ ହେବ।”

ତେବେ କଙ୍ଗନାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ଫିଲ୍ମ ତେଜସରେ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତାକାଲି ରିଲିଜ୍ ହେବ। ସେ ଏହି ଫିଲ୍ମରେ ବାୟୁସେନା ଯବାନ ତେଜସ ଗିଲଙ୍କ ଭୂମିକାରେ ନଜର ଆସିବେ ।