ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ମହାରାଷ୍ଟ୍ରରେ ଶିବସେନା-ଏନସିପି ଓ କଂଗ୍ରେସର ମେଣ୍ଟ ସରକାର ଏବେ ଚାଲିଛି। ଡ ଆମ୍ବେଦକରଙ୍କ ଦ୍ବାରା ପ୍ରଦତ୍ତ ସମ୍ବିଧାନର ନୀତିକୁ ବଞ୍ଚାଇ ରଖିବା ଲାଗି ଆପଣ ସରକାରଙ୍କୁ କହିପାରିବେ ନାହିଁ କି ବୋଲି ସୋନିଆଙ୍କୁ କଙ୍ଗନା ପ୍ରଶ୍ନ କରିଛନ୍ତି। ତୁମେ ପାଶ୍ଚାତ୍ୟ ରାଷ୍ଟ୍ରରେ ଜନ୍ମ ହୋଇ ଭାରତରେ ରହୁଛ। ମହିଳାମାନଙ୍କ ସଂଘର୍ଷ କାହାଣୀ ବିଷୟରେ ମଧ୍ୟ ତୁମେ ଅବଗତ ଥିବ। ଇତିହାସ ତୁମର ନିରବତାକୁ ବିଚାର କରିବ। ତୁମ ନିଜ ସରକାର ଯେତେବେଳେ ମହିଳାଙ୍କୁ ହଇରାଣ କରୁଛି ସେତେବେଳେ ତୁମେ ଏ ନେଇ କିଛି ନକହିବା ଆଇନ ଶୃଙ୍ଖଳା ପ୍ରତି ପରିହାସ ମନେହେଉଛି। ମୁଁ ଆଶା କରୁଛି ଆପଣ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ବୋଲି କଙ୍ଗନା ତାଙ୍କ ଟ୍ବିଟ୍ରେ କହିଛନ୍ତି। ଅନ୍ୟପକ୍ଷରେ କଙ୍ଗନାଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଇଥିବାରୁ ତାଙ୍କ ମାଆ ଆଶା ରାଣାୱତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୋନିଆଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଲେ କଙ୍ଗନା
/sambad/media/post_attachments/wp-content/uploads/2020/09/kangana-ranaut-1200-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)