ସୁଶାନ୍ତଙ୍କ ପାଇଁ ଅନ୍‌ଲାଇନ୍‌ ମହମବତି ଶୋଭାଯାତ୍ରାରେ ଯୋଗ ଦେଲେ କଙ୍ଗନା

ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଏକ ପୂଜା ରଖି ଅଙ୍କିତା ଲୋଖଣ୍ଡେ ପ୍ରଶଂସକ ମୁହଁରେ ଉଭୟ ହସ ଓ ଲୁହ ନେଇ ଆସିଛନ୍ତି। ମହମବତି ଜଳାଉଥିବା ଏକ ଫଟୋ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହ ତଳେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ତୁମ ପାଇଁ ପ୍ରାର୍ଥନା ଓ ଶକ୍ତି ଆଶା କରେ। ତୁମେ ଯେଉଁଠି ବି ଥାଅ, ସବୁବେଳେ ହସୁ ଥାଅ। ଆରମ୍ଭରୁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏହି ଅନ୍‌ଲାଇନ୍‌ ମହମବତି ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଏଥିରେ କଙ୍ଗନା ରଣାୱତ, ଶେଖର ସୁମନ ଓ ରାଜନେତା ସୁବ୍ରମଣ୍ୟମ ସ୍ବାମୀ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର