କଙ୍ଗନା ରଣାୱତ ନିଜ ଭଉଣୀ ପାଇଁ ସ୍ବର ଉଠାଇଲେ

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁରାଦାବାଦରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରଙ୍ଗୋଲି ଏକ ବିବାଦାସ୍ପଦ ଟ୍ବିଟ୍‌ ଲେଖିଥିବାରୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ବାସ୍ତବରେ ତାଙ୍କର ବିବାଦୀୟ ଟ୍ବିଟ୍‌ ପରେ କିଛି ସେଲେବ୍ରିଟି ଓ ୟୁଜର୍‌ ତାଙ୍କ ଆକାଉଣ୍ଟ ରଦ୍ଦ କରିବାକୁ କହିଥିଲେ। ବିଶିଷ୍ଟ ଅଳଙ୍କାର ଡିଜାଇନର୍‌, ନିର୍ଦ୍ଦେଶକ ତଥା ଅଭିନେତା ଫରହା ଖାନ୍‌ ଅଲୀ ରଙ୍ଗୋଲିଙ୍କ ମନ୍ତବ୍ୟ ପରେ କରିଥିବା ଟ୍ବିଟ୍‌ ବି ଚର୍ଚ୍ଚାରେ ରହିଥିଲା। ରଙ୍ଗୋଲିଙ୍କ ବିବାଦୀୟ ଟ୍ବିଟ୍‌ର ଦୁଇ ଦିନ ପରେ କଙ୍ଗନା ନିଜ ଭଉଣୀକୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି ଯେ ମୋ ଭଉଣୀ ରଙ୍ଗୋଲି କହିଥିଲେ ଯେ ଯେଉଁମାନେ ଡାକ୍ତର ଓ ପୁଲିସଙ୍କ ଉପରେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ଗୁଳି କରି ମାରିଦେବା ଉଚିତ। ମାତ୍ର ଫରହା ଏହାକୁ ଭୁଲ୍‌ ଅର୍ଥରେ ନେଇ କହିଛନ୍ତି ଯେ ଏଥିରେ ମୁସଲିମ୍‌ ସଂହାର କଥା କୁହାଯାଇଛି। ଯଦି ମୋ ଭଉଣୀ ଟ୍ବିଟ୍‌ରେ ସେମିତି କିଛି ଥିବ, ତେବେ ମୁଁ ବ୍ୟକ୍ତିଗତ ଭାବେ ଯାଇ ଏଥିପାଇଁ କ୍ଷମା ମାଗିବି ବୋଲି ‌କଙ୍ଗନା କହିଛନ୍ତି।

ସମ୍ବନ୍ଧିତ ଖବର