ଆଦିତ୍ୟ ପାଞ୍ଚୋଲିଙ୍କ ମାନହାନୀ ମାମଲା: କଙ୍ଗନା-ରଙ୍ଗୋଲିଙ୍କୁ ୪ଟି ସମନ ପଠାଇଲେ ଅଦାଲତ, ଜୁଲାଇ ୨୬ରେ ହେବ ଶୁଣାଣି

ମୁମ୍ବାଇ : ଅଭିନେତା ଆଦିତ୍ୟ ପାଞ୍ଚୋଲି ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ମଧ୍ୟରେ ଥିବା ବର୍ଷ ପୁରୁଣା ବିବାଦ ଏବେ ପୁଣି ଥରେ ମୁଣ୍ଡ ଟେକିଛି । କିଛି ବର୍ଷ ପୂର୍ବେ କଙ୍ଗନା ଆଦିତ୍ୟଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା ଏବଂ ମାରପିଟର ଅଭିଯୋଗ ଆଣିଥିବା ବେଳେ ଏବେ ସେହି ମାମଲାକୁ ନେଇ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ଅଦାଲତ ପକ୍ଷରୁ ୪ଟି ସମନ ପଠା ଯାଇଛି । ଆଦିତ୍ୟ କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ବିରୋଧରେ ୨୦୧୭ରେ ମାନହାନୀ ମକଦ୍ଦମା ରୁଜୁ କରିଥିବା ବେଳେ ଦୁହେିଁ ଶୁଣାଣି ସମୟରେ ହାଜିର ହୋଇ ନଥିଲେ । ଯାହା ପାଇଁ ଅଦାଲତ ପକ୍ଷରୁ ଦୁହିଁଙ୍କୁ ୪ଟି ସମନ ପଠା ଯାଇଥିବା ଜଣା ପଡ଼ିଛି ।

ଆଦିତ୍ୟଙ୍କ ଓକିଲ ଶ୍ରଦ୍ଧା ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ ୪ଟି ସମନ ଜାରି କରାଯାଇଛି, ଗୋଟେ ଆଦିତ୍ୟ ବାଞ୍ଚାଲି ବନାମ କଙ୍ଗନା ରାଣାଓ୍ଵତ, ଦ୍ୱିତୀୟଟି ଆଦିତ୍ୟ ପାଞ୍ଚାଲି ବନାମ ରଙ୍ଗାଲି ଚନ୍ଦେଲ, ତୃତୀୟଟି ଜରୀନା ବହାବ ବନାମ କଙ୍ଗନା ରାଣାଓ୍ଵତ ଏବଂ ଚତୁର୍ଥଟି ଜରୀନା ବହାବ ବନାମ ରଙ୍ଗାଲି ଚନ୍ଦେଲ । ଶୁଣାଣି ତାରିଖ ଆଗାମୀ ଜୁଲାଇ ୨୬କୁ ରଖା ଯାଇଥିବା ଜଣା ପଡ଼ିଛି ।

theworldnews

ସୂଚନା ମୁତାବକ, କିଛି ବର୍ଷ ତଳେ କଙ୍ଗନା ଆଦିତ୍ୟଙ୍କ ସହ ସ୍ୱାମୀ-ସ୍ତ୍ରୀ ଭଳି ସଂପର୍କରେ ରହୁଥବା କଥା କହିଥିଲେ । ଏହା ସହ ସଂପର୍କ ଆଳରେ ଆଦିତ୍ୟ ତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ବୋଲି ଅଭିଯୋଗ ଆଣିବା ପରେ ଆଦିତ୍ୟଙ୍କ ପତ୍ନୀ ଜରିନା ବହାବ ଏହାକୁ ମିଛ ବୋଲି କହି ମୋ ସ୍ୱାମୀ ସେଭଳି କିଛି କରି ନଥିବା କହିଥିଲେ ।

ସମ୍ବନ୍ଧିତ ଖବର