ଭିନ୍ନ ମୋଡ଼ ନେଲା ବିବାଦ: ସାମ୍ବାଦିକଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଗୀତ ଲଞ୍ଚ ଇଭେଣ୍ଟରେ ବଡ଼ ଅଘଟଣା ଘଟିଥିଲା । ପ୍ରଶ୍ନ କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କ ଉପରେ ପୁରୁଣା କଥାକୁ ନେଇ ବଚସା କରିବା ଏବଂ ତାଙ୍କୁ ଅସମ୍ମାନ କରିବା ଆରମ୍ଭ କରି ଦେଇଥିଲେ କଙ୍ଗନା । ଯାହା ପରେ ସାମ୍ବାଦିକ ଜଣଙ୍କ ଫିଲ୍ମକୁ ବୟକଟ କରିବା କଥା କହିବା ସହ କଙ୍ଗନାଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏବେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି । କଙ୍ଗନାଙ୍କ ଓକିଲ ବୟକଟ କରିବାର ଧମକ ଦେଇଥିବା ସାମ୍ବାଦିକ ଜଷ୍ଟିନ ରାଓଙ୍କ ବିରୋଧରେ ମାନହାନୀର ନୋଟିସ ଜାରି କରିଥିବା ଜଣା ପଡ଼ିଛି । ଏହି ନୋଟିସରେ କୁହାଯାଇଛି କି, କିଛି ଏମିତି ସାମ୍ବାଦିକ ଅଛନ୍ତି ଯେଉଁମାନେ ସାମ୍ବାଦିକତା ମାନଦଣ୍ଡକୁ ଉଲ୍ଲଂଘନ କରି ଅପରାଧିକ କାମ କରୁଛନ୍ତି । କିଛି ସାମ୍ବାଦିକ ଖୋଲା ଖୋଲି ଭାବରେ ନିଜ କ୍ଲାଏଣ୍ଟକୁ ଅପମାନିତ କରୁଛନ୍ତି ।

ସୂଚନା ମୁତାବକ, ଗୀତ ଲଞ୍ଚ ଇଭେଣ୍ଟରେ କଙ୍ଗନାଙ୍କ ସହ ବଚସା ହେବା ପରେ ସାମ୍ବାଦିକ ଜଣଙ୍କ ଫିଲ୍ମକୁ ବୟକଟ କରିବା କଥା କହିବା ସହ କଙ୍ଗନାଙ୍କୁ କ୍ଷମା ମାଗିବାକୁ କହିଥିଲେ । ଯାହା ପରେ ଏହି ଘଟଣାକୁ ନେଇ ଏକତା କପୁରଙ୍କ ପ୍ରଯୋଜନା ସଂସ୍ଥା ଅଲ୍‌ଟ ବାଲାଜୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲା । କିନ୍ତୁ ପରେ କଙ୍ଗନା ଏକ ଭିଡିଓ ଜାରି କରି ସାମ୍ବାଦିକଙ୍କୁ ରାଷ୍ଟ୍ର ବିରୋଧି ବୋଲି କହିଥିଲେ । ବିବାଦ ଥମିବାକୁ ଯାଉଥିବା ବେଳେ କଙ୍ଗନା ଚୁପ୍‌ ନ ବସି ଏବେ ମାନହାନୀ ନୋଟିସ ପଠାଇଛନ୍ତି ।

ସମ୍ବନ୍ଧିତ ଖବର