ମୁମ୍ବାଇ: ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଏହା ସହ ସେ କୁନାଲ କାମରାଙ୍କ ହାସ୍ୟରସକୁ ନିନ୍ଦା କରିଛନ୍ତି। କୁନାଲ କାମରାଙ୍କ ହାସ୍ୟରସ ପାଇଁ ସେ ପ୍ରଦର୍ଶନ କରିଥିବା ହାବିଟାଟ ଷ୍ଟୁଡିଓରେ ଭଙ୍ଗାରୁଜା ହେବାରୁ ଏହାକୁ ବିରୋଧୀ କଙ୍ଗନାଙ୍କ ସହ ଘଟିଥିବା ଘଟଣା ସହ ଯୋଡିଥିଲେ। କିଛି ବର୍ଷ ତଳେ ଜବରଦଖଲ ଅଭିଯୋଗରେ କଙ୍ଗନାଙ୍କ ଅଫିସକୁ ଭାଙ୍ଗିଥିଲା ବିଏମସି। ହେଲେ କୋର୍ଟର ହସ୍ତକ୍ଷେପ ପରେ ଏହା ଅଟକିଥିଲା।
ତେବେ ସେହି ଘଟଣା ସହ ଷ୍ଟୁଡିଓରେ ଭଙ୍ଗାରୁଜା ଘଟଣାକୁ ଯୋଡା ଯିବାରୁ କଙ୍ଗନା କହିଛନ୍ତି ଯେ, "ମୋ ସହ ଯାହା ଘଟିଥିଲା ତାହା ବେଆଇନ ଥିଲା, ଏବେ ଯାହା ଘଟୁଛି ତାହା ଆଇନଗତ। ୨ଟି ଘଟଣାକୁ ଯୋଡନ୍ତୁ ନାହିଁ। ଆପଣ ଯେକେହି ହୋଇପାରନ୍ତି, କିନ୍ତୁ କାହାକୁ ଅପମାନ କରିବା ଭୁଲ। ଜଣେ ବ୍ୟକ୍ତି ଯାହାଙ୍କ ପାଇଁ ସମ୍ମାନ ସବୁକିଛି, ତୁମେ ହାସ୍ୟରସ ନାମରେ ତାଙ୍କୁ ଅପମାନ କରୁଛ। ତୁମେ ତାଙ୍କ କାମକୁ ଅପମାନିତ କରୁଛ। ସିନ୍ଧେଜୀ ଦିନେ ଅଟୋ-ରିକ୍ସା ଚଲାଉଥିଲେ। ଏବେ ସେ ବହୁତ ଉପରକୁ ଉଠିଛନ୍ତି। କୁନାଲଙ୍କର ପରିଚୟ କ’ଣ? ଏହି ଲୋକମାନେ କିଏ ଯେଉଁମାନେ ଜୀବନରେ କିଛି ହାସଲ କରିପାରିଲେ ନାହିଁ? ହାସ୍ୟରସ ନାମରେ ଅପମାନିତ କରୁଛନ୍ତି, ଆମର ଧାର୍ମିକ ଗ୍ରନ୍ଥଗୁଡ଼ିକୁ ଉପହାସ କରୁଛନ୍ତି ଏବଂ ଆମ ମା’ ଭଉଣୀମାନଙ୍କୁ ପରିହାସ କରୁଛନ୍ତି। ସେମାନେ ନିଜକୁ ଇନ୍ଫ୍ଲୁଏନସର ବୋଲି କୁହନ୍ତି ଏବଂ ଦୁଇ ମିନିଟ୍ର ପ୍ରସିଦ୍ଧି ପାଇଁ ଏହା କରନ୍ତି। ଆମ ସମାଜ କେଉଁ ଆଡ଼କୁ ଯାଉଛି?"
Kangana Ranaut | kunal-kamra | eknath-shinde
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/25/TWj3IqqrrpQQYhAgzeQo.jpg)