ମୁମ୍ବାଇ: ହାତ ମିଳାଇଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ କବି ତଥା ଗୀତିକାର ଜାଭେଦ ଅଖତର। ୨୦୨୦ରେ କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ ଜାଭେଦ। ଅନେକ ଶୁଣାଣି ପରେ ଡିସେମ୍ବର ୨୦୨୪ରେ ଦୁହେଁ ସେମାନଙ୍କର ଆଇନଗତ ଲଢ଼େଇର ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଜାଭେଦ ଅଖତାର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇଥିଲେ ବି କଙ୍ଗନା ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ କୋର୍ଟରେ ପହଞ୍ଚିପାରିନଥିଲେ। ଆଜି ଉଭୟ କୋର୍ଟରେ ହାଜର ହୋଇ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନ କରିଛନ୍ତି।
ମାନହାନୀ ମାମଲାରେ ଜାଭେଦ ଅଖତରଙ୍କ ସହ ସମାଧାନ ପରେ, କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି। ଅଭିନେତ୍ରୀ ଜଣକ କୋର୍ଟରୁ ଜାଭେଦ ଅଖତରଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ, ସେ କ୍ୟାପସନରେ ଲେଖିଛନ୍ତି ଯେ, ସମାଧାନ ପରେ ଜାଭେଦ ଅଖତର ମଧ୍ୟ ଅଭିନେତ୍ରୀଙ୍କ ଫିଲ୍ମ ପାଇଁ ଗୀତ ଲେଖିବାକୁ ରାଜି ହୋଇଛନ୍ତି।
/sambad/media/post_attachments/onecms/images/uploaded-images/2025/02/28/8006876c7a8ed938c537363d7693e0ce1740737451066646_original-958091.png)
ଉଲ୍ଲେଖଯୋଗ୍ୟ, ୭୬ ବର୍ଷୀୟ ଲେଖକ ତଥା କବି ଜାଭେଦ ଅଖତର ନଭେମ୍ବର ୨୦୨୦ରେ ଆଙ୍ଗେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ନିକଟରେ କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ଏକ ମାନହାନି ମାମଲା ଆଗତ କରିଥିଲେ। ଏକ ଟେଲିଭିଜନ ସାକ୍ଷାତକାରରେ ତାଙ୍କ ବିରୋଧରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବଦନାମ ତଥା ଭିତ୍ତିହୀନ ମନ୍ତବ୍ୟ ଦେଇ ତାଙ୍କର ମାନହାନି କରିଥିବା ଅଭିଯୋଗ କରି ସେ ଏହି ମାମଲା ଆଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/02/28/5GvI0xHOeS3FuNe7BYM0.jpg)