କଙ୍ଗନାଙ୍କ ଉଦ୍ଦେଶ୍ୟରେ ପୂଜାଙ୍କ ପୋଷ୍ଟ, କଙ୍ଗନା ଟିମ୍‌ ରଖିଲେ ଜବାବ

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସୋସିଆଲ ମିଡିଆରେ ସ୍ବଜନତୋଷଣ ବା ନେପୋଟିଜିମ୍‌କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁ ନାହିଁ। ଏଥିପାଇଁ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର, ଅଭିନେତ୍ରୀ ସୋନମ୍‌ କପୁର ଓ ଆଲିୟା ଭଟ୍ଟଙ୍କୁ ସୋସିଆଲ ମିଡିଆରେ ନିନ୍ଦିତ ହେବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ କଙ୍ଗନା ରଣାୱତଙ୍କ ଭଳି ଅଭିନେତ୍ରୀମାନେ ଏହି ବହ୍ନିକୁ ତେଜିଛନ୍ତି। ତେବ‌େ କଙ୍ଗନାଙ୍କ ଚିନ୍ତାଧାରାକୁ ବିରୋଧ କରି ନିକଟରେ ଅଭିନେତ୍ରୀ ପୂଜା ଭଟ୍ଟ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

ଭିଡିଓରେ କଙ୍ଗନା ମହେଶ ଭଟ୍ଟଙ୍କଠାରୁ ପୁରସ୍କାର ଗ୍ରହଣ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଉଥିବାର ଦୃଶ୍ୟ ରହିଛି। କ୍ୟାପ୍ସନ୍‌‌‌ରେ ଲେଖିଛନ୍ତି, ଏହି ଭିଡିଓ ବୋଧେ ମିଛ କହୁଛି। ପୂଜା ଆହୁରି ଲେଖିଛନ୍ତି, ‘ବିଶେଷ ଫିଲ୍ମସ୍‌’ ଅବଦାନ ଚଳଚ୍ଚିତ୍ର ‘ଗ୍ୟାଙ୍ଗଷ୍ଟାର୍‌’ରେ କଙ୍ଗନା ନିଜର ଅଭିନୟ ଆରମ୍ଭ କରିଥିଲେ। ଏଥିପାଇଁ ସେ ପୁରସ୍କୃତ ମଧ୍ୟ ହୋଇଥିଲେ। ପୂଜା ଏପରି ପୋଷ୍ଟ କରି କଙ୍ଗନାଙ୍କ ବଲିଉଡ୍‌ରେ ସ୍ବଜନତୋଷଣବାଦ ଚିନ୍ତାଧାରାକୁ ବିରୋଧ କରିଛନ୍ତି। ତେବେ ପୂଜାଙ୍କ ଏହି ପୋଷ୍ଟର ଜବାବ ରଖିଛି କଙ୍ଗନାଙ୍କ ଟିମ୍‌। ଟିମ୍‌ ପକ୍ଷରୁ କୁହାଯାଇଛି, କଙ୍ଗନାଙ୍କୁ ଅଭିନୟର ସୁଯୋଗ ଦେଇଥିବାରୁ ‘ବିଶେଷ ଫିଲ୍ମ’କୁ ଧନ୍ୟବାଦ। ତେବେ ବାହାର ବ୍ୟକ୍ତିମାନଙ୍କୁ କିଭଳି ବଲିଉଡ୍‌ରେ ଉଚିତ ସମ୍ମାନ ମିଳିବ, କଙ୍ଗନା ସେୟା ଚାହୁଛନ୍ତି।

ସମ୍ବନ୍ଧିତ ଖବର