କଳାକୁ ଧର୍ମ ଦ୍ୱାରା ବିଭକ୍ତ କରାଯାଏ ନାହିଁ; କଙ୍ଗନାଙ୍କୁ ଏଭଳି ଜବାବ ଦେଲେ ଉର୍ଫି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମଡେଲ ଉର୍ଫି ଜାଭେଦଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟ୍ବିଟର ୱାର। ଶନିବାର ଟ୍ବିଟ କରି କଙ୍ଗନା କହିଥିଲେ ଯେ, ଭାରତ ସମସ୍ତ ଖାନଙ୍କୁ ଭଲପାଏ ଏବଂ ବେଳେବେଳେ କେବଳ ଖାନମାନଙ୍କୁ ହିଁ ଭଲ ପାଏ। ତେଣୁ ଭାରତ ଉପରେ ଘୃଣା ଏବଂ ଫାସୀବାଦର ଆରୋପ ଲଗାଇବା ଉଚିତ୍ ନୁହେଁ। ସମଗ୍ର ଦେଶରେ ଭାରତ ଭଳି ଦେଶ ନାହିଁ।

ତାଙ୍କର ଏହି ଟ୍ବିଟକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଉର୍ଫି ଜାଭେଦ। କଳାର କୌଣସି ଧର୍ମ ନଥାଏ ବୋଲି ଟ୍ବିଟ କରି କହିଛନ୍ତି ଉର୍ଫି। ସେ ଲେଖିଛନ୍ତି, ହେ ଭଗବାନ ! ଏହି ବିଭାଜନ କ’ଣ, ମୁସଲମାନ ଅଭିନେତା, ହିନ୍ଦୁ ଅଭିନେତା। କଳାକୁ ଧର୍ମ ଦ୍ବାରା ବିଭକ୍ତ କରାଯାଏ ନାହିଁ। ଏଠାରେ କେବଳ କଳାକାର ଅଛନ୍ତି।

ଉର୍ଫିଙ୍କ ଏଭଳି ଟ୍ବିଟର ଜବାବ ଦେଇ କଙ୍ଗନା ‌ଲେଖିଛନ୍ତି, ‘ହଁ ମୋର ପ୍ରିୟ ଉର୍ଫି ଏଭଳି ହେଲେ ଏହା ଏକ ଆଦର୍ଶ ଦୁନିଆ ହେବ, କିନ୍ତୁ ଆମର ୟୁନିଫର୍ମ ସିଭିଲ୍ କୋଡ୍ ନହେବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ। ଯେପର୍ଯ୍ୟନ୍ତ ଏହି ଦେଶ ସମ୍ବିଧାନରେ ବିଭକ୍ତ ନହେବ, ସେପର୍ଯ୍ୟନ୍ତ ଏହା ବିଭାଜିତ ରହିବ। ଆସନ୍ତୁ ସମସ୍ତେ ୨୦୨୪ବର୍ଷର ମାନିଫେଷ୍ଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ପାଇଁ ଦାବି କରିବା। ଆମେ ଏହା କରିପାରିବା କି?

ସମ୍ବନ୍ଧିତ ଖବର