ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ରିଲିଜ୍ ଅପେକ୍ଷାରେ ଥିବା ଫିଲ୍ମ 'ଏମରଜେନ୍ସି' ବିବାଦ ଘେରରେ ରହିଛି । ଶିଖ ସଂଗଠନଗୁଡ଼ିକ ଏହାର ରିଲିଜକୁ ବିରୋଧ କରି ଫିଲ୍ମକୁ ବ୍ୟାନ କରିବାକୁ ଦାବି କରୁଥିବା ବେଳେ ରିଲିଜ ପାଇଁ ଫିଲ୍ମକୁ ଗ୍ରୀନ ସିଗନାଲ ମିଳିପାରିନାହିଁ।  ଫିଲ୍ମ ଏମରଜେନ୍ସି ସେପ୍ଟେମ୍ବର ୬ରେ ରିଲିଜ ହେବାର ଥିଲା । କିନ୍ତୁ ବିବାଦ ହେତୁ ଏହାର ରିଲିଜକୁ ସ୍ଥଗିତ ରଖାଯାଇଛି। ଏମଧ୍ୟରେ କଙ୍ଗନା ବଲିଉଡ କଳାକାରଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି।

Advertisment

ଜାତୀୟ ଗଣମାଧ୍ୟମ ନିଉଜ୍-୧୮ର ଇଣ୍ଡିଆ ଚୌପଲ ଇଭେଣ୍ଟରେ କଙ୍ଗନା ବଲିଉଡକୁ ଟାର୍ଗେଟ କରିଥିଲେ | ବଲିଉଡ ଦେଶକୁ ନଷ୍ଟ କରୁଥିବାର ଆରୋପ ଲଗାଇଥିଲେ ଅଭିନେତ୍ରୀ। ସେ କହିଥିଲେ ଯେ, "ବଲିଉଡ ଆମ ଦେଶକୁ ନଷ୍ଟ କରିଦେଇଛି। ସେମାନେ ଏଥିପାଇଁ ଦାୟିତ୍ବ ଗ୍ରହଣ କରିବା ଉଚିତ୍ | ଏହି ଅଭିନେତାମାନେ ସେମାନଙ୍କର ମୋଟ ସମ୍ପତ୍ତି ମୂଲ୍ୟ ଦେଖାନ୍ତି ଏବଂ ତାପରେ ପାନ ମସଲାକୁ ସମର୍ଥନ କରନ୍ତି | କ’ଣ ଏମିତି ଟଙ୍କାର ସମସ୍ୟା ଥିଲା ଯେ, ଯାହା ପାଇଁ ସେ ପରଦାରେ ପାନ ମସଲା ଚୋବାଇବା ଆରମ୍ଭ କଲେ? ଯେତେବେଳେ ଜାତୀୟ ବିରୋଧୀ ଏଜେଣ୍ଡା ଆସେ, ସେମାନେ ସମସ୍ତେ ଏକାଠି ଠିଆ ହୁଅନ୍ତି | ସେମାନେ ଟଙ୍କା ବଦଳରେ ଆମ ଦେଶ ପ୍ରତି ବିଶ୍ୱାସଘାତକତା କରନ୍ତି। ଇନଷ୍ଟାଗ୍ରାମ କିମ୍ବା ଟ୍ୱିଟରରେ ଏକ ଷ୍ଟୋରୀ ପୋଷ୍ଟ କରିବା ପାଇଁ ସେମାନେ ୧୦ଲକ୍ଷ, ୫ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପାରିଶ୍ରମିକ ନିଅନ୍ତି।"