ଆମୀର-ଆଲିଆଙ୍କ ସଂପର୍କରେ କଙ୍ଗନାଙ୍କ ବିବାଦୀୟ ବୟାନ : ଏ ଦୁହେଁ ସ୍ୱାର୍ଥୀ, କାମ ପଡ଼ିଲେ ଅନ୍ୟକୁ ମନେପକାନ୍ତି

ମୁମ୍ବାଇ : ଫିଲ୍ମ ‘ମଣିକର୍ଣ୍ଣିକା’ ସୁଟିଂ ଆରମ୍ଭରୁ ହିଁ ବିବାଦରେ ରହି ଆସିଛି । ସୁଟିଂ ସମୟରେ କଙ୍ଗନାଙ୍କ ବ୍ୟବହାରରେ ଅତିଷ୍ଟ ହୋଇ କିଛି କଳାକାର ସୁଟିଂ ଅଧାରୁ ଛାଡ଼ି ଦେଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ କ୍ରିସ୍‌ ମଧ୍ୟ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରି ଦେଇଥିଲେ । ଏହାପରେ କଙ୍ଗନା ନିଜେ ଫିଲ୍ମର ନିର୍ଦ୍ଦେଶନା ଦେବେ ବୋଲି ନିଷ୍ପତି ନେଇଥିଲେ । ଏବେ ଫିଲ୍ମ ରିଲିଜ୍‌ ପରେ ନିର୍ଦ୍ଦେଶକ କ୍ରିସଙ୍କ ସମେତ ବଲିଉଡ୍‌ର କିଛି କଳାକାର କଙ୍ଗନାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ଯାହାକୁ ନେଇ କିଛି ଦିନ ହେବ କଙ୍ଗନା ଚର୍ଚ୍ଚାରେ ରହିଛନ୍ତି । ଚୁପ୍‌ ନ ରହି କଙ୍ଗନା ମଧ୍ୟ ଅନେକ ବଲିଉଡ୍‌ କଳାକାରଙ୍କ ରାଜ୍‌ ଖୋଲିବାରେ ଲାଗି ପଡ଼ିଛନ୍ତି । ଏକ ସାକ୍ଷାତକାରରେ ସେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଦୁଇ କଳାକାରଙ୍କୁ କଙ୍ଗନା ସ୍ୱାର୍ଥୀ ବୋଲି କହିବା ସହ କାମ ପଡ଼ିଲେ ଏମାନେ ମନେ ପକାନ୍ତି ବୋଲି କହିଛନ୍ତି । ଦୁହେଁ ‘ମଣିକର୍ଣ୍ଣିକା’ ଫିଲ୍ମ ନ ଦେଖିଥିବାରୁ କଙ୍ଗନା ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି ।

Hindustan

କଙ୍ଗନା ଆଲିଆ ଭଟ୍ଟ ଓ ଅମୀର ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ,”ଆଲିଆଙ୍କ ଫିଲ୍ମ ‘ରାଜି’ର ଟ୍ରେଲର ଆସିବା ପରେ ମୋତେ ମେସେଜ କରି ଦୟାକରି ଦେଖନ୍ତୁ ବୋଲି କହିଥିଲେ । ଯାହା ପାଇଁ ମୁଁ ମୋର ସୁଟିଂ ଅଧାରୁ ଛାଡ଼ି ତାଙ୍କ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲି । କିନ୍ତୁ ମୋ ପାଳି ଆସିବା ପରେ କେହି କିଛି ଉତ୍ତର ରଖି ନଥିଲେ । ଆମୀର ମଧ୍ୟ ମୋତେ ‘ଦଙ୍ଗଲ’ ଏବଂ ‘ସିକ୍ରେଟ ସୁପରଷ୍ଟାର’ ଦେଖିବା ପାଇଁ ଫୋନ କରି ଡାକିଥିଲେ । ଫିଲ୍ମଟି ନାରୀ ସଶକ୍ତିକରଣ ଉପରେ ଥିବାରୁ ମୁଁ ଅମ୍ବାନି ହାଉସ୍‌ରେ ଯାଇ ପହଞ୍ଚିଥିଲି । କିନ୍ତୁ ମୋତେ ଲାଗୁ ନାହିଁ, ଏମାନେ ମୋର କୌଣସି କାମରେ ଯୋଗ ଦେବେ । ଏ ଇଣ୍ଡଷ୍ଟ୍ରିରେ ସବୁବେଳେ ଲୋକମାନେ ମୋତେ ଅଣଦେଖା କରିଛନ୍ତି।”

ସମ୍ବନ୍ଧିତ ଖବର