ମୁମ୍ବାଇ: ରହସ୍ୟମୟ ବ୍ୟକ୍ତିଙ୍କ ପାଇଁ କିଛି ସମୟ ହେଲାଣି ଚର୍ଚ୍ଚାରେ ଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ତାଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କ ହାତ ଧରି ଯାଉଥିବାର ଦେଖାଯାଇଥିଲା। ବ୍ୟକ୍ତିଜଣକ କିଏ ବୋଲି ଜଣାପଡ଼ିନଥିବାରୁ କଙ୍ଗନା ସେହି ଅଜଣା ଯୁବକଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆୀମ୍ଭ ହୋଇଛି।
କିଛି ଦିନ ତଳେ କଙ୍ଗନା ବିବାହ କରି ପରିବାର ଗଢ଼ିବାକୁ ଚାହୁଥିବା କହିଥିଲେ। ଏହା ପରେ ତାଙ୍କର ଏଭଳି ଫଟୋ ଭାଇରାଲ ହେବାରୁ କଙ୍ଗନାଙ୍କୁ ତାଙ୍କ ମନର ସାଥୀ ମିଳିଯାଇଥିବା ଲୋକେ କହିବା ଆରମ୍ଭ କରିଥିଲେ। ଏବେ ଏସବୁ ଚର୍ଚ୍ଚା ଉପରେ ଏବେ କଙ୍ଗନା ନିଜର ପ୍ରତିକ୍ରିୟା ଦେଇଛନ୍ତି। ବ୍ୟକ୍ତିଜଣକ ତାଙ୍କ ପ୍ରେମିକ ନୁହନ୍ତି ବୋଲି ସେ ଏକପ୍ରକାର ସ୍ପଷ୍ଟ କରିଛନ୍ତି।
ଇନଷ୍ଟାରେ ଷ୍ଟୋରୀରେ ସେ ଭାଇରାଲ ହେଉଥିବା ଫଟୋ ସେୟାର କରି ଲେଖିଛନ୍ତି ଯେ, ରହସ୍ୟମୟ ବ୍ୟକ୍ତିଙ୍କ ସହ ଫଟୋ ଭାଇରାଲ ହେବା ପରେ ଅନେକ ଫୋନ କଲ୍ ଓ ମେସେଜ ମୋ ପାଖକୁ ଆସୁଛି। ଯେଉଁ ବ୍ୟକ୍ତିଙ୍କ ସହ ମୁଁ ସେଲୁନ ବାହାରେ ଅନେକ ଥର ସମୟ ବିତାଇଛି ତାଙ୍କ ସହ ମୋ ନାମ ଯୋଡାଯାଉଛି। ସବୁ ଫିଲ୍ମି/ବଲିଉଡ ମିଡିଆ ସବୁ ପ୍ରକାରର କାମୁକ କଳ୍ପନାକୁ ନେଇ ଖବର ଛାପୁଛନ୍ତି। ତେବେ ଜଣେ ପୁରୁଷ ଓ ଜଣେ ମହିଳା ହାତ ଧରି ରାସ୍ତାରେ ଚାଲିବାର ମାନେ ନୁହେଁ ଯେ, ସେମାନଙ୍କ ଭିତରେ କେବଳ ଶାରୀରିକ ସମ୍ପର୍କ ରହିଛି। ସେମାନେ ଭଲ ବନ୍ଧ, ସହକର୍ମୀ, ଭାଇ-ଭଉଣୀ ବା ଅନେକ ବର୍ଷରୁ ସାଥିରେ କାମ କରି ଆସୁଥିବା ହେୟାର ଷ୍ଟାଇଲିଷ୍ଟ ଓ ତାଙ୍କ ଗ୍ରାହକ ହୋଇପାାରନ୍ତି।