ମୁମ୍ବାଇ: ନିକଟରେ ଏକ ଇଭେଣ୍ଟରେ ବଲିଉଡ ଅଭିନେତା ଆମୀର ଖାନ, ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ଅଭିନେତ୍ରୀ ବିଶେଷ ଖୁସି ନଥିବା ଦେଖାଯାଇଛି। ଏମିତିକି କଙ୍ଗନା, ଆମୀରଙ୍କ ‘ବେଚାରା’ ବୋଲି ମଧ୍ୟ କହିଛନ୍ତି। ନିକଟରେ ଆମୀର ଖାନ ଲେଖିକା ଶୋଭା ଦେ’ଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନେତାଙ୍କୁ ପଚରାଯାଇଥିଲା ଯେ ଶୋଭା ଦେ’ଙ୍କ ବାୟୋପିକରେ କେଉଁ ଅଭିନେତ୍ରୀ ତାଙ୍କ ଭୂମିକା ନିଭାଇବେ? ଏହାର ଉତ୍ତରରେ ଆମୀର, ଅଭିନେତ୍ରୀ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ନାଁ ନେଇଥିଲେ।
ଆମୀରଙ୍କ ଉତ୍ତର ଶୁଣିବା ପରେ ଶୋଭା ଦେ’ ନିଜ ଆଡୁ କଙ୍ଗନାଙ୍କ ନାଁ କହିଥିଲେ। ସେ କହିଥିଲେ ଯେ “ତୁମେ କଙ୍ଗନାଙ୍କୁ ଭୁଲି ଯାଇଛ। ସେ ବହୁତ ଭଲ ଅଭିନେତ୍ରୀ। ମୁଁ ତାଙ୍କୁ ପସନ୍ଦ କରେ। ଏହା ଶୁଣି ଆମୀର କହିଥିଲେ ହଁ, ସେ ମଧ୍ୟ ଭଲ କରିପାରିବେ। ସେ ଜଣେ ପ୍ରତିଭାଶାଳୀ ଅଭିନେତ୍ରୀ, ସେ ବହୁମୁଖୀ। ସେ କମେଡି ଭଲ କରନ୍ତି। ସେ ଡ୍ରାମା ଭଲ କରନ୍ତି।”
ଏହି ଭିଡିଓ ଅନଲାଇନରେ ସେୟାର ହେବା ପରେ କଙ୍ଗନା ରାନାୱତ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମୀରଙ୍କୁ ‘ବେଚାରା’ ବୋଲି କହିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ “ବେଚରା ଆମୀର ଖାନ… ମୁଁ ୩ଥର ଜାତୀୟ ପୁରସ୍କାର ଜିତିଥିବା ଅଭିନେତ୍ରୀ ବୋଲି ସେ ଜାଣିନଥିବାର ନାଟକ କରିବାକୁ ବହୁତ ଚେଷ୍ଟା କଲେ। ସେ କହିଥିବା ଅଭିନେତ୍ରୀମାନେ ଗୋଟିଏ ବି ଜାତୀୟ ପୁରସ୍କାର ଜିତିପାହାନ୍ତି। ଧନ୍ୟବାଦ ଶୋଭାଜୀ.... ମୁଁ ଆପଣଙ୍କ ଚରିତ୍ର କରିବାକୁ ପସନ୍ଦ କରିବି।
Bechara Aamir Khan … ha ha he tried his best to pretend like he doesn’t know that I am the only three times national award winning actress none of those he mentioned has even one …
Thank you @DeShobhaa ji I would love to play you ♥️ https://t.co/o0tS6UYLoC— Kangana Ranaut (@KanganaTeam) February 10, 2023