ଶାହରୁଖଙ୍କ ୧୦ବର୍ଷ ପରେ ଗୋଟିଏ ଫିଲ୍ମ ହିଟ୍ ହୋଇଛି; ‘ଧାକଡ’କୁ ନେଇ ଟ୍ରୋଲ କରୁଥିବା ଲୋକଙ୍କୁ କଙ୍ଗନାଙ୍କ ଜବାବ

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଏମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଟ୍ବିଟ କରି ଫିଲ୍ମର ନାଁ ଓ ଆଏସଆଇର ଭାବମୂର୍ତ୍ତିକୁ ଭଲ ବୋଲି ଦେଖାଯାଇଥିବାରୁ ଏହାକୁ ବିରୋଧ କରିଥିଲେ କଙ୍ଗନା।

ତେବେ କଙ୍ଗନା ଏଭଳି ବିରୋଧ କରୁଥିବା ଦେଖି ଶାହରୁଖଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। କଙ୍ଗନାଙ୍କ ଶେଷ ଫିଲ୍ମ ‘ଧାକଡ଼’ ଫ୍ଲପ ହୋଇଥିବା କହି ଶାହରୁଖଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଏବେ ଏହାର ଜବାବ ରଖିଛନ୍ତି କଙ୍ଗନା।

‌ସେ ଲେଖିଛନ୍ତି, “ ‘ଧାକଡ଼’ ଏକ ବଡ଼ ଐତିହାସିକ ଫ୍ଲପ୍ ଥିଲା। ମୁଁ କେତେବେଳେ ମନା କଲି। ଶାହରୁଖଜୀଙ୍କର ଏକ ଦଶନ୍ଧି ମଧ୍ୟରେ ଏହି ଗୋଟିଏ ଫିଲ୍ମ(ପଠାନ) ହିଟ୍ ହୋଇଛି। ଆମେ ତାଙ୍କଠାରୁ ପ୍ରେରଣା ନେବା ଉଚିତ୍। ମୁଁ ଆଶା କରୁଛି ଯେ ଭାରତ ଯେପରି ତାଙ୍କୁ ଏକ ସୁଯୋଗ ଦେଲା, ମୁଁ ମଧ୍ୟ ଏକ ସୁଯୋଗ ପାଇବି।

ଫିଲ୍ମର ନାଁ ଓ ଆଏସଆଇର ଭାବମୂର୍ତ୍ତିକୁ ଭଲ ବୋଲି ଦେଖାଯାଇଥିବା ନେଇ କଙ୍ଗନା ରାଣାୱତ୍ ଟ୍ୱିଟ୍ କରି ଲେଖିଥିଲେ ଯେ- ଯେଉଁମାନେ ‘ପଠାନ’କୁ ଘୃଣା ଉପରେ ବିଜୟ ହୋଇଛି ବୋଲି ଦାବି କରୁଛନ୍ତି ମୁଁ ସେମାନଙ୍କ ସହ ଏକମତ। କିନ୍ତୁ କାହାର ପ୍ରେମ ଉପରେ କାହାର ଘୃଣା? କିଏ ଟିକେଟ୍ କିଣୁଛି? ଏବଂ କିଏ ଏହାକୁ ସଫଳ କରୁଛି? ହଁ, ଏହା ହେଉଛି ଭାରତର ପ୍ରେମ। ଏଠାରେ ୮୦ପ୍ରତିଶତ ହିନ୍ଦୁ ବାସ କରି ମଧ୍ୟ ଫିଲ୍ମର ନାଁ ‘ପଠାନ’ ରଖାଯାଉଛି।ଯେଉଁଥିରେ ଆମର ଶତ୍ରୁ ଦେଶ ପାକିସ୍ଥାନ ଏବଂ ଆଇଏସଆଇର ଭାବମୂର୍ତ୍ତିକୁ ଭଲ ବୋଲି ଦେଖାଯାଉଛି, ସେହି ଚଳଚ୍ଚିତ୍ରଟି ସଫଳତାର ସହ ଆଗେଇ ଚାଲିଛି। ଏହା ହେଉଛି ଭାରତର ଭଲପାଇବା ଯାହା ଶତ୍ରୁମାନଙ୍କର ଘୃଣା ଏବଂ କ୍ଷୁଦ୍ର ରାଜନୀତି ଉପରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର